ନାଉଗାଁରେ ଶାନ୍ତି, ସଂହତି,ସଦ୍‌ଭାବନା ରଥ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ଗାନ୍ଧିଜୀଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ଏକ ଶାନ୍ତି, ସଂହତି ଓ ସଦ୍‌ଭାବନା ରଥ ଝାରସୁଗୁଡା ଠାରୁ ବାହାରି ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏହି ଅବସରରେ ଉକ୍ତ ରଥ ମଙ୍ଗଳବାର ନାଉଗାଁ ବ୍ଲକସ୍ଥିତ ନାଉଗାଁ ବଜାରରେ ପହିଁଚି ଥିଲା । ବଜାରରେ ଥିବା ଗୋପବନ୍ଧୁ ଦାସ ଓ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ନାଉଗାଁହାଟ ଉଚ୍ଚ ବିଦ୍ୟାଳୟରେ ପହଁଚି ବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଦାସଙ୍କ ଚରିତ୍ର ଉପରେ ଆଧାରିତ ଏକ ନାଟକ ପରିବେଷଣ କରାଯାଇଥିଲା । ପରେ ସ୍ଥାନୀୟ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ମହାପୁରୁଷମାନଙ୍କ ଆଦର୍ଶକୁ ନେଇ ଏକ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହିତ ମହାପୁରୁଷ ମାନଙ୍କ ଜୀବନି ଲିଖିତ ବହି ଓ ଚାରାପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶାନ୍ତି ସଦ୍‌ଭାବନା କମିଟିର ଜଗତସିଂହପୁର ଜିଲ୍ଲା ସଂଯୋଜକ ଉତ୍କଳ ରଂଜନ ମହାନ୍ତି, ସଭାପତି ବଂଶୀଧର ପଟ୍ଟନାୟକ, କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧି ଟ୍ରଷ୍ଟୀ ଡାକ୍ତର ବିଶ୍ୱଜିତ୍‌, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ,ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ସ୍କୁଲର ପ୍ରଧାନ ଶିକ୍ଷକ ନିରୋଦ କୁମାର ସ୍ୱାଇଁ, ଶିକ୍ଷକ ସୁକାନ୍ତ କୁମାର ଲେଙ୍କା,ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଅଶୋକ କୁମାର ସ୍ୱାଇଁ, ନବକିଶୋର ମହାନ୍ତି, ମହେଶ୍ୱର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ