ନାଉଗାଁରେ ଶ୍ରୀ ସତ୍ୟସାଇ ବାବାଙ୍କର ୯୪ତମ ଜନ୍ମୋତ୍ସବ ପାଳନ
ନାଉଗାଁ, : ନାଉଗାଁ ବ୍ଲକସ୍ଥିତ ସତ୍ୟସାଇ ମନ୍ଦିରରେ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କର ୯୪ତମ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଯଥା ରିତିନୀତି ଅନୁଯାଇ ନଗରସଂକୀର୍ତନ,ପ୍ରଭାତ ଆଳତୀ,ଷୋଡଷ ଉପଚାର ପୂଜା,ଗୋମାତା ସେବା ପ୍ରଭୃତି କାର୍ଯ୍ୟକ୍ରମମାନ କରାଯାଇଥିଲା । ମାନବ ଜୀବନରେ ସେବା,ତ୍ୟାଗ,ମାତୃଭୂମିକୁ ଭଲ ପାଇବା ଓ ସବୁ ଧର୍ମକୁ ସମ୍ମାନ ଦେବା ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ପ୍ରତ୍ୟେକ ସାଇ ଭକ୍ତ ମାନଙ୍କର କର୍ତବ୍ୟ ବୋଲି ଏହି କାର୍ଯ୍ୟକ୍ରମରେ ସତସଙ୍ଗ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାଇ ସେବକ ସଂଘ ପରିଚାଳନା କରିଥିଲେ ।


