ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ବୃକ୍ଷରୋପଣ
ନାଉଗାଁ : ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ବିଦ୍ୟାଳୟର ପରିସରରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ସଭାପତିତ୍ୱ କରିଥିଲେ । ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷରୋପଣ କରାଯିବା ସହିତ ବିଦ୍ୟାଳୟ ପରିସରରେ ଥଣ୍ଡା ପାନୀୟ ପ୍ରକଳ୍ପକୁ ସଭାପତି ଜ୍ୟୋତିଷ ଚନ୍ଦ୍ର ଦାସ ଉଦଘାଟନ କରିଥିଲେ । ପ୍ରକଳ୍ପ ଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶୁଦ୍ଧ ପାନୀୟ ଜଳ ପିଇ ପାରିବେ ବୋଲି କହିବା ସହିତ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷରୋପଣ ନିହାତି ଆବଶ୍ୟକ ବୋଲି କହିଥିଲେ । ଆଗାମୀ ଦିନରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଅଧିକରୁ ଅଧିକ ସାମିଲ୍ କରାଯିବା ସହ ବିଦ୍ୟାଳୟରେ ଉନ୍ନତି ଓ ଛାତ୍ର ଜୀବନରେ କିଭଳି ଶୃଙ୍ଖଳିତ ଓ ମେଧାବୀ ହେବେ ପୁରାତନ ଛାତ୍ର ସଂସଦର ଅତିଥିମାନେ ମତ ପ୍ରକାଶ କରିଥିଲେ । ପ୍ରବଳ ବର୍ଷା ହେତୁ ଛାତ୍ର ସଂସଦର ପୂଣ୍ଣାଙ୍ଗ ବୈଠକ ଓ କର୍ମକର୍ତା ନିର୍ବାଚନ ସ୍ଥଗିତ ରଖାଯାଇଥିଲ। । ଆଗାମୀ ଦିନରେ କର୍ମକର୍ତା ନିର୍ବାଚନ କରାଯାଇ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ବୋଲି ସଂସଦ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ଭୋଳ, ଅଧ୍ୟାପକ ସରୋଜ କୁମାର ନାୟକ, ନାଉଗାଁ ପଂଚାୟତ ସମିତି ଅଧକ୍ଷ ଜଗନ୍ନାଥ ଦାସ, ଭ୍ରମର ବେହେରା, ସୁକାନ୍ତ କୁମାର ଲେଙ୍କା, ସୁରେଶ ଚନ୍ଦ୍ର ଦାସ, ମନୋଜ କୁମାର ନାୟକ, ଅଭିମନ୍ୟୁ ସାହୁ, ଦେବଜ୍ୟୋତି ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ ।