ନାଉଗାଁହାଟ ହାଇସ୍କୁଲରେ ଆଲୋଚନାଚକ୍ର
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ରବିବାର ଇକୋ ଫ୍ରେଣ୍ଡିଲ୍ ଏନେଭର୍ନମଂଟେ ଶୀର୍ଷକ ଏକ ଆଲୋଚନା ଚକ୍ର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠୀଙ୍କ ପୈାରହିତ୍ୟରେ ଇକୋ କ୍ଳବ ଦାୟିତ୍ୱରେ ଥିବା ରାଜ୍ୟର କୃତି ଶିକ୍ଷକ ମାନସ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉକ୍ତ ସେମିନାର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ପ୍ରଧ୍ୟାପକ ରମେଶ ଚନ୍ଦ୍ର ଦାସ, ପ୍ରଧ୍ୟାପକ ବିଭୁତି ଭୂଷଣ ସ୍ୱାଇଁ, ଶିକ୍ଷାବିତ୍ ବୈଷ୍ଣବ ଚରଣ ଦାସ ପ୍ରମୁଖ ଯୋଗ ଦେଇ ଇକୋ କ୍ଳବ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ପୁରୁଷୋତମ ତ୍ରିପାଠୀ, ପ୍ରଳୟ ରଂଜନ ବେହେରା, ଶିକ୍ଷୟିତ୍ରୀ ସମୀକ୍ଷା ଗିରି ଆଦି ପରିଚାଳନା କରିଥିଲେ ।