ନାଉଗାଁ-ଅରଖକୁଦ ରାସ୍ତା ପାଶ୍ୱର୍କୁ ସଂପ୍ରସାରଣ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ-ଅରଖକୁଦ ରାସ୍ତା ପୂର୍ତ ବିଭାଗର ଜଗତସିଂହପୁର ବିଭାଜନ ଅଧିନରେ ରହିଛି । ବିଭାଗ ପକ୍ଷରୁ ଏହି ରାସ୍ତାଟିର ଉଭୟ ପାଶ୍ୱର୍କୁ ସଂପ୍ରସାରଣ କରାଯାଉଛି । ରୋହିଆରୁ ଅରଖକୁଦକୁ ଯିବା ରାସ୍ତାରେ ଜୈନିକ ଠିକାଦାର ରାସ୍ତା ସଂପ୍ରସାରଣ କରିବାକୁ ରାସ୍ତାର ଗୋଟିଏ ପାଶ୍ୱର୍ ପାଖାପାଖି ୫୦ ମିଟରରୁ ଉର୍ଦ୍ଧ ଖୋଳି ଦେଇଥିବା ବେଳେ କାମ କରୁ ନଥିବା ଦେଖାଯାଉଛି । ଏହି ରାସ୍ତା ନାଉଗାଁ ବଜାରରୁ ବାହାରି ରୋହିଆ-ଅରଖକୁଦ ଦେଇ ଦେବୀଦୋଳ ପୋଲକୁ ସଂଯୋଗ କରିଛି । ଏହି ରାସ୍ତା ଉପରେ ୩/୪ଗୋଟି ପଂଚାୟତର ଜନସାଧାରଣ ନିର୍ଭର କରୁଥିବା ବେଳେ ସମସ୍ତ ନିତ୍ୟ ବ୍ୟବହାର ଜିନିଷ ନେବା ଆଣିବା ପାଇଁ ନିର୍ଭର କରନ୍ତି । ଏପରିକି ନାଉଗାଁ ବ୍ଳକର ଜନସାଧାରଣମାନେ ଏହି ରାସ୍ତା ଦେଇ ଦେବୀଦୋଳ ପୋଲ ବାହାରି ଭୁବନେଶର ଓ କଟକ ଆଦିକୁ ସ୍ଥାନକୁ ଯାଉଥିବା ଜଣାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲେ ପୂର୍ତ ବିଭାଗ ଅଧିନ ରହିଥିବା ସଂକିର୍ଣ୍ଣ ରାସ୍ତାକୁ ସଂପ୍ରସାରଣ କରାଯାଉଛି । ଯାହାଫଳରେ ଏହି ରାସ୍ତା ସଂକିର୍ଣ୍ଣ ରହିଥିବାରୁ ବିଭାଗ ପକ୍ଷରୁ ଉଭୟ ପାଶ୍ୱର୍କୁ ସଂପ୍ରାସରଣ କରିବା ପାଇଁ ଜୈନିକ ଠିକଦାରଙ୍କୁ କାର୍ଯ୍ୟ ଦିଆଯାଇଥିଲା । ହେଲେ ସଂପୃକ୍ତ ଠିକାଦାର ଉକ୍ତ ରାସ୍ତାର ଗୋଟିଏ ପାଶ୍ୱର୍ ପାଖାପାଖି ୧୫ ଦିନ ହେବ ଖୋଳି ଦେଇଥିବା ବେଳେ କାମ କରୁନଥିବା ଦେଖିବାକୁ ମିଳୁଛି । ଫଳରେ ଉକ୍ତ ରାସ୍ତାଟି ଖୋଳା ହୋଇ ରହିଥିବାରୁ ଜନସାଧାରଣମାନେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟକୁ ଶେଷ କରିବାକୁ ରୋହିଆ ପଂଚାୟତର ସରପଂଚ ଶିବ ପ୍ରସାଦ ନାୟକ, ସମିତି ସଭ୍ୟ ପଦ୍ମଚରଣ ରାଉତ, ସ୍ଥାନୀୟ ଗ୍ରାମବାସୀ ମାନେ ଦାବି କରିଛନ୍ତି ନଚେତ ଆନ୍ଦୋଳନାତ୍ମକ ପ୍ରନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏବିଷୟକୁ ନେଇ ବିଭାଗୀୟ ଏସଡିଓଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ