ନାଉଗାଁ ଓ ଅଲଣା ପଂଚାୟତରେ ବିଜେପିର କର୍ମୀ ସମ୍ମିଳନୀ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାଉଗାଁ ବ୍ଳକର ନାଉଗାଁ ଓ ଅଲଣା ପଂଚାୟତରେ ବିଜେପି ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନାଉଗାଁ ପଂଚାୟତରେ ନାଉଗାଁ ମଣ୍ଡଳ ସଭାପତି ନିଲୁରାମ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ବୁଥ ସ୍ତରୀୟ କର୍ମୀ ସମ୍ମିଳନୀରେ ବିଜେପି ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସ ଯୋଗ ଦେଇ ବିଜେପି ସରକାରଙ୍କ ଜନହିତକର ଯୋଜନା ସଂର୍ପକରେ ଆଲୋକପାତ କରିବା ସହିତ ନିର୍ବାଚନର ଇସ୍ତାହାର ସଂର୍ପକରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଶୋକ ମହାନ୍ତି, ଅଲେଖ ସାହୁ,ନିଲୁ ନାୟକ, ପ୍ରଭୁଚରଣ ଦାସ, କୈଳାସ ଚନ୍ଦ୍ର ଲେଙ୍କାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ସେହିପରି ଅଲଣା ପଂଚାୟତର ମଧୁପୁରରେ ଅଲଣା ମଣ୍ଡଳ ବିଜେପି ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ କର୍ମୀ ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ଦାସ ଯୋଗ ଦେଇ ବିଜେପି ସରକାରଙ୍କ ଜନହିତକର ଯୋଜନା ସଂର୍ପକରେ ଆଲୋକପାତ କରିବା ସହିତ ଭୋଟ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତର ପୂର୍ବତନ ସରପଂଚ ସୁଶାନ୍ତ ମଲ୍ଲିକ, ପ୍ରଶାନ୍ତ ମିଶ୍ର, ପବିତ୍ର ମନ୍ଥନ, ଶିବ ମଲ୍ଲିକ, ବୀର ଶତପଥି, ସଂଜୟ କାଣ୍ଡି, କାଦମ୍ବିନୀ ସାହୁ, ବାସନ୍ତି ପରିଡାଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ