ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଜ୍ଞ ଡାକ୍ତର ନିଯୁକ୍ତି ପ୍ରସଙ୍ଗ

ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସଂଗ୍ରାମ କେଶରୀ ମହାନ୍ତିଙ୍କୁ ସପ୍ତାହକୁ ୩ ଦିନ ଅବସ୍ଥାପିତ କରିବା ଉଦ୍ଦେଶ୍ୟରେ ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ୱରେ ନାଉଗାଁ ବ୍ଲକ ଜନସାଧରଣଙ୍କ ପକ୍ଷରୁ ଆମରଣ ଅନଶନ ପାଇଁ ଜିଲ୍ଲା ପ୍ରଶାସନକୁ ନୋଟିସ ପ୍ରଦାନ କରାଯାଇଥିଲା । ଏହି ଆମରଣ ଅନଶନ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଆସନ୍ତା ୩ ତାରିଖରେ ହେବାକୁ ଥିବା ନୋଟିସରେ ଦର୍ଶାଯାଇଥିଲା । ଉକ୍ତ ଆମରଣ ଅନଶନରେ ନାଉଗାଁ ବ୍ଲକର ବିଭିନ୍ନ ସଂଗଠନ ତଥା ନାଉଗାଁ ସଚେତନ ନାଗରିକ ମଂଚ, ନାଉଗାଁ ବିକାଶ ପରିଷଦ,ନାଉଗାଁ ସାଂସ୍କୃତିକ ପରିଷଦ, ନାଉଗାଁ ଗୌରହରୀ ସଂର୍କିତନ ମହାମଣ୍ଡଳୀ,ନାଉଗାଁ ବଜାର କମିଟି ଆଦି ସାମିଲ ହେବା ପାଇଁ ସମର୍ଥନ ଜଣାଇଥିବା ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ