ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଡସ୍ ଦିବସ ପାଳିତ

ନାଉଗାଁ,(ଓ୍ବାଇଏନ୍ଏସ୍): କୋଭିଡ କଟକଣା ମଧ୍ୟରେ ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ମଙ୍ଗଳବାର ବିଶ୍ୱ ଏଡସ୍ ଦିବସ ପାଳନ କରାଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ଚୈତନ୍ୟ ପରିଡାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଅଧକ୍ଷ ଡଃ.ଚାଇନା ପ୍ରଧାନ ଉକ୍ତ ଶୋଭାଯାତ୍ରାର ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀମାନେ ହାତରେ ପ୍ଲାଏ କାର୍ଡ ଧରି ଏଡସ୍ ବିଷୟରେ ଜନସାଧାରଣ ମାନଙ୍କୁ ସଚେତନ କରିବା ପାଇଂ ବିଭିନ୍ନ ସ୍ଲୋଗାନ ପ୍ରଦାନ କରିଥିଲେ ।ଉକ୍ତ ସଚେତନତା ଶୋଭାଯାତ୍ରା ମହାବିଦ୍ୟାଳୟରୁ ବାହାରି ବ୍ଲକ ଛକ ଦେଇ ପହଂଚିଥିଲା । ଏଡସ୍ ଦିବସ ଅବସରରେ ମହାବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଚୈତନ୍ୟ ଚରଣ ପରିଡା, ପ୍ରଭାତ କୁମାର ଶତପଥୀ, ସୁଧାଂଶୁ ମୋହନ ନାୟକ ଯୋଗ ଦେଇ ଏଡସ୍ ରୋଗର କାରଣ ଓ ନିରାକରଣ ବିଷୟରେ ବୁଝାଇଥିଲେ । ଯୁବପିଢିମାନେ କିପରି ଏଡସ ସଂପର୍କରେ ସଚେତନ ରହିବେ ସେ ବିଷୟରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ପରେ ଏଡସ ସଂପର୍କରେ ଏକ ତର୍କ ପ୍ରତିଯୋଗୀତାର କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀ ଚିତରଂଜନ ନାୟକଙ୍କୁ ପୁରଷ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଯୋଜକ ଚୈତନ୍ୟ ଚରଣ ପରିଡା ପରିଚାଳନା କରିଥିଲେ । ସେହିପରି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମ୍ମିଳନୀ କକ୍ଷରେ ବିଶ୍ୱ ଏଡସ ଦିବସ ପାଳନ କରାଯାଇଛି । ଡାକ୍ତର ସଂଗ୍ରାମ କେଶରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପିଏଚଓ ତୃପ୍ତିମୟୀ ମହାପାତ୍ର, ଜିଲ୍ଲାସ୍ତରର ଟ୍ରେନର ଉମାକାନ୍ତ ସ୍ୱାଇଁ, ଏଲଏଚବି ଉର୍ମିଳା ତରାଇ ଆଦି ଯୋଗ ଦେଇ ଉପସ୍ଥିତ ଆଶାକର୍ମୀ ମାନଙ୍କୁ ଏଡସ ସମ୍ବନ୍ଧରେ ସଚେତନତା ବାର୍ତା ପ୍ରଦାନ କରିଥିଲେ ।ଏଡସ ରୋଗୀକୁ ଘୃଣା ନକରି କିପରି ଏଡସ ରୋଗ ନ ବ୍ୟାପିବ ସେ ବିଷୟରେ ନିଜେ ସଚେତନ ରହିବା ସହିତ ଗ୍ରାମାଂଚଳର ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ