ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନାହିଁ ସଂଯୋଗୀକରଣ ରାସ୍ତା

ନାଉଗାଁ, (ପ୍ରଦୋଶ ମହାନ୍ତି) ପୂର୍ତ ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ରାସ୍ତା ସଂପ୍ରସାରଣ, ରାସ୍ତା ସଫେଇ ଓ ରାସ୍ତା ମରାମତି ଆଦି କାର୍ଯ୍ୟ କରାଯାଉଛି । ଏଥିପାଇଁ ପ୍ରତି ବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ବିଭାଗ ପକ୍ଷରୁ ନାଉଗାଁ-ବାଲିକୁଦା ରାସ୍ତା ଉପରେ ଢଳେଇ ରାସ୍ତା ନିର୍ମାଣ କରାଯାଇଥିଲେ ମଧ୍ୟ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ରାସ୍ତା ନିର୍ମାଣ କରାଯାଇଥିଲେ ମଧ୍ୟ ଉକ୍ତ କେନ୍ଦ୍ରକୁ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଇନାହିଁ । ଉକ୍ତ ଗୋଷ୍ଠୀ କେନ୍ଦ୍ରର ଦୁଇଟି ଫାଟକ ରହିଥିଲେ ମଧ୍ୟ ଗୋଟିଏ ଫାଟକକୁ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଇନାହିଁ । ଯାହାଫଳରେ ଫାଟକରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି ।ବିଭାଗ ପକ୍ଷରୁ ତୁରନ୍ତ ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାକୁ କ୍ରମେଡ ସୁବାସ ସ୍ୱାଇଁ, ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ଛାତ୍ରନେତା ସୁନିଲ ମାଟିଆ, ସମାଜସେବୀ କମଳଲୋଚନ ମହାନ୍ତି, ଛାତ୍ରନେତା ରଶ୍ମୀରଂଜନ ତ୍ରିପାଠୀ, ନାରାୟଣ ଲେଙ୍କ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ