ନାଉଗାଁ ତହସିଲରେ ରାଷ୍ଟ୍ରୀୟ ଲୋକ ଅଦାଲତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଅଦାଲତରେ ସମୁଦାୟ ୪୭ଟି ମାମଲା ଫଏସଲା କରାଯାଇ ମୋଟ ୧୫ ହଜାର ୩୩ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏହି ମାମଲା ଗୁଡିକ ଦୀର୍ଘ ଦିନ ହେବ ରହିଥିବା ବେଳେ ଫଏସଲା କରିବା ପାଇଁ ତହସିଲ ପକ୍ଷରୁ ନୋଟିସ ପ୍ରଦାନ କରାଯାଇଥିଲା । ଆୟୋଜିତ ଅଦାଲତରେ ତହସିଲଦାର ଅକ୍ଷୟ କୁମାର ବଡୁ, ଅତିରିକ୍ତ ତହସିଲଦାର ଶରତ କୁମାର ପରିଡା ଉପସ୍ଥିତ ରହି ମାମଲା ଗୁଡିକୁ ଫଏସଲା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସହାୟକ ପ୍ରଭାସ ଦଳାଇ, ସରୋଜ ସାହୁ, ନିରୋଜ ମହାପାତ୍ର, ଡିଇଓ ନରେନ୍ଦ୍ର ଚଇନି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।