ନାଉଗାଁ ତହସିଲରେ ରେକର୍ଡ ଜାଲିଆତି ;୯୦ବର୍ଷର ବୃଦ୍ଧଙ୍କର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ପଂଚାୟତ ବଛାଳୋ ଗ୍ରାମର ବ୍ରହ୍ମାନନ୍ଦ ଲେଙ୍କାଙ୍କ ଜମି କ୍ରୟ ରେକର୍ଡ ଜାଲିଆତି ହୋଇଥିବା ବେଳେ ଉକ୍ତ ଜମିର ସାର୍ଟିଫାଏଡ ନକଲ କପି ପାଇଁ ଆବେଦନ କଲେ ମଧ୍ୟ ତାଙ୍କୁ ନ ମିଳିବାରୁ ଗୁରୁବାର ସେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ତହସିଲରେ ହେଉଥିବା ବିଭିନ୍ନ ଜାଲିଆତି ଓ ବ୍ରହ୍ମାନନ୍ଦଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସମର୍ଥନ କରି ବ୍ଳକର ବିଭିନ୍ନ ଅଂଚଳରୁ ବୁଦ୍ଧିଜୀବମାନେ ଏହି ଅନଶନରେ ସାମିଲ ହୋଇଥିଲେ । ବ୍ରହ୍ମାନନ୍ଦଙ୍କ ଅଭିଯୋଗ ମୁତାବକ ସେ ଉକ୍ତ ଗ୍ରାମ ପଂଚାୟତର ଅରସ ମୈାଜା ଖାତା ନଂ ୧୧୧ର ପ୍ଳଟ ନଂ ୧୩୭ରେ ଥିବା ୪ଡିସିମିଲ ଓ ୩୩୩ରେ ଥିବା ୧୮ ଡିସିମିଲର ଜମିକୁ ୧୫ ଜୁଲାଇ ୨୦୧୯ରେ କ୍ରୟ କରିଥିଲେ । ଯେଉଁ ଜମିର ମାଲିକାନା ଥିଲେ ମାଳବିକା ରାଉତରାୟ ଓ ନିରଂଜନ ଲେଙ୍କା । ଜମି କ୍ରୟ କରିବା ପରେ ଦାଖଲ ଖାରଜ ପାଇଁ ତହସିଲରେ ଆବେଦନ କରିଥିଲେ । କିନ୍ତୁ ଦାଖଲ ଖାରଜ ସମୟରେ ନିରଞନ ଓ ମାଳବିକାଙ୍କ ନାମରେ ୩୩୩ ପ୍ଲଟ ନଥିବା ତହସିଲ ପକ୍ଷରୁ ଜଣାଇ ଦିଆଯାଇଥିଲା । ପ୍ଳଟ ନଂ ୩୩୩ରେ ଥିବା ୧୮ ଡିସିମିଲ ଜମି ଖାତା ନମ୍ବର ୧୪୫/୨୦ରେ ରେଣୁବାଳା ନାୟକଙ୍କ ନାମରେ ରହିଥିବା ତହସିଲ ପକ୍ଷରୁ ବ୍ରହ୍ମାନନ୍ଦଙ୍କୁ ସୂଚନା ଦିଆଯାଇଥିଲା । ପରେ ବ୍ରହ୍ମାନନ୍ଦ ଅନଲାଇନରୁ ଉକ୍ତ ପଟ୍ଟାକୁ ବାହାର କରିଥିଲେ । ଯେଉଁ ପଟ୍ଟାରେ ମାଲିକାନା ଥିଲେ ରେଣୁବାଳା ନାୟକ । ଉକ୍ତ ବିଷୟକୁ ନେଇ ବ୍ରହ୍ମାନନ୍ଦ ଲିଖିତ ଭାବେ ତହସିଲଦାର ନାଉଗାଁ, ଜିଲ୍ଲାପାଳ ଜଗତସିଂହପୁର, କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଓଡିଶା, ଦୁର୍ନିତି ନିବାରଣ ଅଧିକାରୀ ଜଗତସିଂହପୁର ଓ ମୁଖ୍ୟମନ୍ତ୍ରୀ ଓଡିଆଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଓଡିଶାଙ୍କ କାର୍ଯ୍ୟାଳୟରୁ ଚିଠି ନଂ ୮୩୩୭ ତା ୧୮ ଫେବୃଆରୀ ୨୦୨୦ରେ ଉଭୟ ପକ୍ଷଙ୍କୁ ଡାକି ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଦୀର୍ଘ ୧୦ମାସ ବିତି ଯାଇଥିଲେ ମଧ୍ୟ ବ୍ରହ୍ମାନନ୍ଦଙ୍କ ସମସ୍ୟାର କୌଣସି ସମାଧାନ କରାଯାଇ ନଥିଲା । ଯାହାଫଳରେ ବ୍ରହ୍ମାନନ୍ଦ ଆମରଣ ଅନଶନରେ ବସି ରହିଥିଲେ । ଘଟଣାସ୍ଥଳରେ ତହସିଲଦାର ଜେ.କଳ୍ପନା, ଥାନାଧିକାରୀ ଭରତ କୁମାର ବେହେରା ପହଂଚି ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ତହସିଲ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ବ୍ରହ୍ନାନନ୍ଦଙ୍କୁ ସମର୍ଥନ ଜଣାଇ ନବ ନିର୍ମାଣ କୃଷକ ସଂଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ନବ କିଶୋର ମହାନ୍ତି, ବଂଶୀଧର ବେହେରା, ଜିତେନ୍ଦ୍ର ମହାନ୍ତି, ସୁବଳ ଚରଣ ସ୍ୱାଇଁ, ଚତୁଭୂଜ ମହାନ୍ତି, ଅକ୍ଷୟ ସ୍ୱାଇଁ, ଉତମ ସ୍ୱାଇଁ, ଶରତ ଚନ୍ଦ୍ର ରାଉତ, ସୁରେଶ ଚନ୍ଦ୍ର ବେହୁରା ଆଦି ବସି ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ