ନାଉଗାଁ ପଂଚାୟତରେ ବିଧାୟକଙ୍କୁ ସମ୍ବର୍ଦ୍ଧନା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ପଂଚାୟତର ସାଧୁଗୋସ୍ୱାମୀ ପୀଠରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କୁ ଶନିବାର ପଂଚାୟତ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିପିନ ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଧାୟକଙ୍କ ସମେତ ବିଜେପି କର୍ମୀ ଅଶୋକ ମହାନ୍ତି, ପ୍ରଭୁଚରଣ ଦାସ, ଯୁଧିଷ୍ଠିର ସ୍ୱାଇଁ, ନାରାୟଣ ମୁଦୁଲି, ଅଲେଖ ସାହୁ, ଯୁବ ନେତା ଜାପାନୀ ଭାଇ, ସିକନ ସ୍ୱାଇଁ, ପ୍ରତାପ ସାହୁ, ପୂର୍ବତନ ସରପଂଚ ପ୍ରଭାସିନୀ ବେହେରା, ପଂଚାୟତ ଭାଜପା ସଭାପତି ଧୃବଚରଣ ମହାରଣା, କୈଳାଶ ଚନ୍ଦ୍ର ଲେଙ୍କାଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ । ବ୍ଳକର ଜନସାଧାରଣ ନିର୍ବାଚନ ସମୟରେ ଯେପରି ବିପୁଳ ମାତ୍ରାରେ ସମର୍ଥନ କରି ଭାରତୀୟ ଜନତା ପାର୍ଟି ଉପରେ ଭରସା ରଖି ନିର୍ବାଚିତ କରିଥିଲେ । ସେମାନଙ୍କୁ କୃତଜ୍ଞତା ଜଣାଉଛି । ସମୟ ବଦଳିଛି,ସମୟ ସହିତ ଶାସନ ମଧ୍ୟ ବଦଳିଛି । ତେଣୁ ଚାଲିଥିବା କଳା ଶାସନରୁ ଜନସାଧାରଣଙ୍କୁ ମୁକ୍ତ କରିବା ସହିତ ଜନସାଧାରଣଙ୍କୁ କିପରି ସୁବିଧାରେ ସରକାରୀ କାର୍ଯ୍ୟାଳୟରେ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସହାୟତା ପାଇପାରିବେ ସେଥିପାଇଁ ଆମେ ସର୍ବଦା ଚେଷ୍ଟିତ । ତେଣୁ ଆଗାମୀ ଦିନରେ ଆମେ ବିଭିନ୍ନ ପଂଚାୟତରେ ସଭାର ଆୟୋଜନ କରିବୁ । ଜନସାଧାରଣ କୌଣସି କାର୍ଯ୍ୟ ପାଇଁ ନେତା କିମ୍ବା ମନ୍ତ୍ରୀଙ୍କ ପାଖକୁ ନଯାଇ ସିଧାସଳଖ ସରକାରୀ କାର୍ଯ୍ୟାଳୟକୁ ଯାଇ ର୍ନିଦ୍ୱନ୍ଦରେ କାର୍ଯ୍ୟ କରିପାରିବେ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାଜପା ଦଳର ସଦସ୍ୟତା ଗ୍ରହଣ ଅଭିଯାନ କରାଯାଇଥିଲେ । ଏଥିରେ ବିଜେଡି ଓ କଂଗ୍ରେସର ବହୁ କର୍ମୀ ଭାଜପା ଦଳର ସଦସ୍ୟତା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବନେତା ଓମ୍ ପ୍ରକାଶ ନାୟକ,ଲାଲଟ ଲେଙ୍କା,ନୃସିଂହ ଚରଣ ନାୟକ,ଦିଲ୍ଲିପ ଦାସ,ପ୍ରର୍ଶୁରାମ ବିଶ୍ୱାଳ, ବୈରାଗୀ ସ୍ୱାଇଁ,ଦୀପକ କାଳିଆ ପ୍ରମୁଖ ପରିଚାଳନା କରିଥିଲେ ।