ନାଉଗାଁ ପଂଚାୟତ ସମିତିର ଚତୁର୍ଥ ଅଧିବେଶନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ପଂଚାୟତ ସମିତିର ଚତୁର୍ଥ ଅଧିବେଶନ ବୁଧବାର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ପୌରୋହିତ୍ୟରେ ଆୟୋଜିତ ଅଧିବେଶନରେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇଥିଲେ । ଅଧିବେଶନରେ ଅଧିକାଂଶ ବିଭାଗୀୟ ଅଧିକାରୀମାନେ ଅନୁପସ୍ଥିତ ଥିବା ହେତୁ ବିଧାୟକ ଶ୍ରୀ ମୁଦୁଲି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ବୈଠକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋକପାତ କରାଯାଇଥିଲା । ସମସ୍ତଙ୍କ ସହଯୋଗରେ ଉନ୍ନୟନମୂଳକ କାର୍ଯ୍ୟକୁ ଆଗକୁ ନେବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷାଙ୍କ ସମେତ ବୈଠକରେ ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ମୁଦୁଲି, ବିଡିଓ ରଶ୍ମୀରେଖା ମଲ୍ଲିକ, ଉପାଧ୍ୟକ୍ଷ ସୁଜିତ ପୁହାଣ, ସାଂସଦଙ୍କ ପ୍ରତିନିଧି ଅଜୟ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଅମିତା ସ୍ୱାଇଁ, ମମତା ପରିଡା, ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢୀ, ଜିପିଇଓ ଦିନେଶ ରାୟ, ପ୍ରଶାସନିକ ଅଧିକାରୀ ଓ ପଂଚାୟତର ଜନପ୍ରତିନିଧିମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ