ନାଉଗାଁ-ବଛାଳୋ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା ନିମ୍ନମାନର କାର୍ଯ୍ୟକୁ ବିରୋଧ

ନାଉଗାଁ, (ଓ୍ବାଇଏନ୍ଏସ୍):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ-ବଛାଳୋ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ କରାଯାଉଥିବା ରାସ୍ତା ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।ନାଉଗାଁ ଗ୍ରାମ ମଧ୍ୟରେ ଢଳେଇ ରାସ୍ତା ଉପରେ ଢଳେଇ ରାସ୍ତା ନିର୍ମାଣ କରାଯିବା ରାସ୍ତାର ଉଭୟ ପାଶ୍ୱର୍କୁ ସଂପ୍ରସାରଣ କରାଯିବା ପାଇଁ ବ୍ୟବସ୍ଥା ରହିଛି ।ଦାୟିତ୍ୱରେ ଥିବା ସଂପୃକ୍ତ ଠିକାଦାର ଦ୍ୱାରା ରାସ୍ତା ସଂପ୍ରସାରଣରେ ରାସ୍ତା ପାଶ୍ୱର୍ରୁ ୨ ରୁ ୩ ଇଂଚ ମଧ୍ୟରେ ରାସ୍ତାକୁ ଖୋଳି ମେଟାଂଲିଙ୍ଗି କାର୍ଯ୍ୟ ଆରମ୍ଭ କରାଯାଇଥିଲା।ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହିତ କାର୍ଯ୍ୟକୁ ବିରୋଧ କରାଯାଇଥିବା ଦେଖାଯାଇଥିଲା।ଫଳରେ ସଂପୃକ୍ତ ଠିକାଦାର କାମକୁ ବନ୍ଦ କରି ପଳାଇ ଯାଇଥିବା ଜଣାଯାଇଛି।ଉଚ୍ଚ କତୃପକ୍ଷ ଉକ୍ତ କାର୍ଯ୍ୟ ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।ଏ ସଂର୍ପକରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବିନୋଦ ତାରଇଙ୍କୁ ପଚାରିବାକୁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ