ନାଉଗାଁ ବଜାରରୁ ଚୋରି ଅଭିଯୋଗ
ନାଉଗାଁ, (ଓ୍ବାଇଏନ୍ଏସ୍):ଗତ କିଛି ଦିନ ହେବ ନାଉଗାଁ ଥାନା ଅଂଚଳରେ ଦିନକୁ ଦିନ ଚୋରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଅଂଚଳର ନାଉଗାଁହାଟ, ଅଲଣା ହାଟ, ମୁଣ୍ଡାଳ ବଜାର, ଗଙ୍ଗଦାହାଟ ସମେତ ଗାଁ ଗହଳି ଦେଖିବାକୁ ମିଳୁଛି । ବିଶେଷକରୀ ନାଉଗାଁ ଥାନା ଠାରୁ ପ୍ରାୟ ୩୦୦ମିଟର ଦୁରରେ ଅବସ୍ଥିତ ନାଉଗାଁହାଟ ଏବେ ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅସୁରିକ୍ଷିତ । ଏଠାରେ ଡକାୟିତ ଓ ଚୋରଙ୍କ ଆଡ୍ଡାସ୍ଥଳି ପାଲଟିଛି । ଗୋଟିଏ ପଟେ କରୋନା ପାଇଁ ଯୁବ ଗୋଷ୍ଠୀ ବେରୋଜଗାରୀ ହୋଇଥିବା ବେଳେ ଅନ୍ୟପଟେ ନିଶା ଦ୍ରବ୍ୟ ପାଇଁ ଅର୍ଥର ଅଭାବ ଘାରିଛି । ଫଳରେ ସେମାନେ ବଜାରରେ ଥିବା ଦୋକାନ ଗୁଡିକରୁ ତାଲା ଭାଙ୍ଗି ଟଙ୍କା ସହିତ ସାମଗ୍ରୀ ଲୁଟ କରୁଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ନାଉଗାଁ ବଜାରରେ ଥିବା ସୁବାଶିଷ ପରିଜାଙ୍କ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁବୃର୍ତ ତାଲା ଭାଙ୍ଗି ଦୋକାନରୁ ୧୮ ହଜାର ଟଙ୍କା ସହିତ ବିସ୍କୁଟ, ମିସ୍କଚର ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଯାଇଥିବା ସୁବାଶିଷ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁ ଅଭିଯୋଗ ପାଇଲା ପରେ ଘଟଣାସ୍ଥଳରେ ପହଁଚି ତଦନ୍ତ କରିବା ସହ ଦୃଢ ପ୍ରଦକ୍ଷେପ ଗ୍ରହଣ କରିବେ ପ୍ରକାଶ କରିଛନ୍ତି ।