ନାଉଗାଁ ବସଷ୍ଠାଣ୍ଡରେ ପାନୀୟ ଜଳ ଓ ଶୀତଳକରଣ ଯନ୍ତ୍ର ଉଦଘାଟିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ବସଷ୍ଟାଣ୍ଡରେ ପାନୀୟ ଜଳ ବିଶୋଧନ ଓ ଶୀତଳୀକରଣ ଯନ୍ତ୍ର ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଉକ୍ତ ପାନୀୟ ଜଳ ପ୍ରକଳ୍ପକୁ ଓଡିଶା ରାଜ୍ୟ କାଜୁ ନିଗମ ଲିଃ ର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଉଦଘାଟନ କରିଥିଲେ । ତାଙ୍କ ସହିତ ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ, ନିର୍ବାହୀ ଯନ୍ତ୍ରୀ ଭଗତ ଚରଣ ମହାନ୍ତି, ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ନାଉଗାଁ ସରପଂଚ ବ୍ରଜକିଶୋର ପରିଜା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପାନୀୟ ଜଳ ଯନ୍ତ୍ରଟି ଓଡିଶା କାଜୁ ଉନ୍ନୟନ ନିଗମ ଲଃ (କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପାଣ୍ଠି)ର ସହାୟତାରେ ୮୬ ହଜାର ୭ ଶହ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ପୂର୍ବରୁ ବସଷ୍ଟାଣ୍ଡରେ ପାନୀୟ ଜଳ ପାଇଁ ଯାତ୍ରୀ ଓ ଜନସାଧାରଣମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ଏପରିକି ଥଣ୍ଡା ଓ ବିଶୁଦ୍ଧ ପାନୀୟ ଜଳ ଅଧିକାଂଶ ଯାତ୍ରୀ କ୍ରୟ କରି ପିଉ ଥିଲେ । ଏହି ପାନୀୟ ଜଳ ପ୍ରକଳ୍ପ ପରେ ଯାତ୍ରୀ ଓ ଜନସାଧାରଣ ଥଣ୍ଡା ପାନୀୟ ଜଳ ପାଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନାଉଗାଁ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତାପସ ଦାସ, ସମାଜସେବୀ ବିସ୍ମୟାନନ୍ଦ ସ୍ୱାଇଁ, ତୁଷାରକାନ୍ତ ମହାନ୍ତି, ବିଦୁର ନାୟକ, ଜନ୍ମଜେୟ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ