ନାଉଗାଁ ବିଜେପି ପକ୍ଷରୁ ମାସ୍କ ବଂଟନ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ବିଜେପି ପକ୍ଷରୁ ଦୁଇ ନମ୍ବର ଜୋନର ସଭାପତି ନିଲୁରାମ ଜେନାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ମାସ୍କ ବଂଟନ କରାଯାଇଛି । ଯେଉଁମାନେ ବାହାରେ ବୁଲୁଥିଲେ ସେମାନଙ୍କୁ ଘରେ ରହିବାକୁ ଅନୁରୋଧ କରିବା ସହିତ ମାସ୍କ ପିନ୍ଧାଇ ସଚେତନ କରାଇଥିଲେ । ସାମାଜିକ ଦୁରତ୍ୱ ରକ୍ଷା କରିବାକୁ ମଧ୍ୟ ତାଙ୍କୁ ଅନୁରୋଧ କରିଥିଲେ । ତାଙ୍କୁ ସ୍ଥାନୀୟ ସମାଜସେବୀ ବିଭୁତି ଭୂଷଣ ତ୍ରିପାଠୀ ସହଯୋଗ କରିଥିଲେ ।