ନାଉଗାଁ ବ୍ଲକରେ ‘ହର ଘର ତ୍ରିରଙ୍ଗା ଅଭିଯାନ’

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ଆଜାଦିକା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଉପଲକ୍ଷେ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷୀ ସେଠୀଙ୍କ ଅଧ୍ୟକ୍ଷତାର ଆୟୋଜିତ ‘ହର ଘର ତ୍ରିରଙ୍ଗା ଅଭିଯାନ’ରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିରଞନ ମହାନ୍ତି ଯୋଗ ଦେଇ ହର ଘର ତ୍ରିରଙ୍ଗା ଅଭିଯାନର ଉଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପୁରୁଷୋତମ ତ୍ରିପାଠୀ, ସନ୍ତୋଷ କୁମାର ପରିଡା, ଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା ସ୍ୱାଇଁ, ସ୍ୱାତୀ ସ୍ୱାଇଁ, କର୍ମଚାରୀ ସ୍ନେହଲତା ଲେଙ୍କା ପ୍ରମୁଖ ଯୋଗ ଦେବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରି କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ