ନାଉଗାଁ ବ୍ଲକର ଗାଁ ଗହଳିର ରାସ୍ତା ଆଲୋକୀକରଣ ଯୋଜନାରେ ହରିଲୁଟ୍ ଅଭିଯୋଗ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକରେ କେତେକ ପଂଚାୟତରର ଗାଁ ଗହଳି ରାସ୍ତା ଆଲୋକୀକରଣ କରାଯିବା ପାଇଁ ଗ୍ରାମପଂଚାୟତ ଓ ପଂଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି । କିନ୍ତୁ ନିମ୍ନମାନର ଉପକରଣ ଯୋଗୁ ବିଦ୍ୟୁତ ଖୁଂଟରେ ଲାଇଟି ଲାଗିବାର ୬ମାସ ନପୁରୁଣୁ ଅଧିକାଂଶ ଅଚଳ ହୋଇଗଲାଣି । ନିୟମ ମୁତବାକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଲାଇଟ୍ ଯଦି କୌଣସି ପ୍ରକାର ଖରାପ ହୁଏ, ତେବେ ସଂପୃକ୍ତ ଠିକାଦାର ଏହାକୁ ମାଗଣାରେ ମରାମତି କିମ୍ବା ପରିବର୍ତନ କରିବା କଥା । ମାତ୍ର ବତର୍ମାନ ସୁଦ୍ଧା ଉକ୍ତ ଠିକାଦାର ଏଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି କି କର୍ଣ୍ଣପାତ କରୁନାହାନ୍ତି । ଯାହାକୁ ନେଇ ଲକ୍ଷାଧିକ ଟଙ୍କା ପାଣିରେ ପଡିବାକୁ ଯାଉଛି । ଅନ୍ୟପଟରେ ଦାୟିତ୍ୱରେ ଥିବା ସଂପୃକ୍ତ ଠିକାଦାର ବିଦ୍ୟୁତ ଖୁଂଟ ଗୁଡିକରେ ନିମ୍ନମାନର ଲାଇଟ୍ ଆଦି ଲଗାଇ ଲାଇଟି ପ୍ରତି ୧୨୦୦୦ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଦର୍ଶାଇ ଅର୍ଥ ହରିଲୁଟ୍ କରି ନେଇଥିବା ଅଭିଯୋଗ ହେଉଛି । ଏପରିକି ତଦାରଖ ଦାୟିତ୍ୱରେ ଥିବା ସଂପୃକ୍ତ ଯନ୍ତ୍ରୀଙ୍କର ଦେଖା ନଥିବା ମଧ୍ୟ ଅଭିଯୋଗ ହେଉଛି । ଏହାର ବିଧିବଦ୍ଧ ତଦନ୍ତ କରାଗଲେ ବଡ ଧରଣର ଦୁର୍ନିତୀ ସାମ୍ନାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ