ନାଉଗାଁ ବ୍ଲକ କୃଷି କାର୍ଯ୍ୟାଳୟରୁ ଗଡିଲା କୃଷି ରଥ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ କୃଷି କାର୍ଯ୍ୟାଳୟ ପକ୍ଷରୁ କୃଷକମାନଙ୍କୁ କୃଷି ସମ୍ବଦ୍ଧୀୟ ସଚେତନତା କରାଯିବା ପାଇଁ କୃଷି ରଥ ଶୁଭାରମ୍ଭ କରାଯାଇଛି । ଏହି ରଥକୁ ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ କୁମାର ପାଢୀ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ବ୍ଲକ କୃଷି ଅଧିକାରୀ ପ୍ରଭାସ କୁମାର ପଣ୍ଡା, ସହକାରୀ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ ପ୍ରମୁଖ ଉପସ୍ଥିତ ରହି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କୃଷି ରଥ କାର୍ଯ୍ୟାଳୟରୁ ବାହାରି ବ୍ଲକର ସମସ୍ତ ପଂଚାୟତର ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ରଥ ସହିତ ନୃତ୍ୟ ଗୀତ ମାଧ୍ୟମରେ କୃଷି ସମ୍ପର୍କରେ ସଚେତନତା କରାଯିବ ବୋଲି ବ୍ଲକ କୃଷି ଅଧିକାରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଭିଏଡବ୍ଲୁ ସାଗରିକା ସେଠୀ, ଏଟିଏମ ଅଭିଜିତ୍ ସେଠୀ, ପ୍ରିୟଦର୍ଶୀ ଦେବାଶୀଷ ଦାସ, ରାଜକିଶୋର ବାରିକ ପ୍ରମୁଖ ପରିଚାଳନା କରୁଛନ୍ତି ।