ନାଉଗାଁ ବ୍ଳକରେ ଅହିଂସା ରଥକୁ ସ୍ୱାଗତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକରେ ମଙ୍ଗଳବାର ଅହିଂସା ରଥକୁ ବିପୁଳ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଅହିଂସା ରଥକୁ ବ୍ଲକ ପ୍ରଶାସନ ପକ୍ଷରୁ ଅଲଣାହାଟ ଉଚ୍ଚ ବିଦ୍ୟାଳୟରୁ ଜାମୁଗାଁ ପଂଚାୟତସ୍ଥିତ କଂଟୁଣିଆହାଟ ଉଚ୍ଚ ବିଦ୍ୟାଳୟକୁ ନିଆଯାଇଥିଲା । ରାସ୍ତାରେ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ହୁଳୁହୁଳି ପକାଇ ବନ୍ଦାପନା କରି ରଥକୁ ସ୍ୱାଗତ କରିବା ସହିତ ଜାମୁଗାଁର ସରପଂଚ ସୁଭ୍ରଶ୍ମୃତୀ ପରିଡା, ପାରାଦ୍ୱିପ ପୋର୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର, ବିଜେଡି ପଂଚାୟତ ସଭାପତି ଅନୁପ ମହାନ୍ତି, ଜିଲ୍ଲା ଉପସଭାପତି ନଟବର ପ୍ରଧାନ, ଯୁବନେତା ତୁଷାର କୁଅଁର ପ୍ରମୁଖ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଏହି ଅବସରରେ କଂଟୁଣିଆହାଟ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତରେ ନୃତ୍ୟ ପରିବେଷଣ କରିଥିଲେ । ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଅହିଂସା ରଥ ପହଂଚିବା ପରେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ବିଧାୟକ ପ୍ରଶାନ୍ତ ମୁଦୁଲି, ବିଡିଓ ରଶ୍ମିରେଖା ମଲ୍ଲିକ, ତହିସଲଦାର ଜେ.କଳ୍ପନା, ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ରାଜା ଉଦୟଭାନୁ ରାଉତ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ, ଜିଲ୍ଲା ପରିଷଦ ସଭ୍ୟା ମମତା ପରିଡା, ଅମିତା ସ୍ୱାଇଁ, ସହାୟକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଙ୍କିତା ଜାଲ୍ଲୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ ପ୍ରମୁଖ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ବ୍ଳକ କାର୍ଯ୍ୟାଳୟ ନିକଟରୁ ହଜାର ହଜାର ସଂଖ୍ୟକ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା, ରାଜନେତା, ଯୁବଗୋଷ୍ଠୀ ଓ ଜନସାଧାରଣ, ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପଦଯାତ୍ରା କରି ରଥକୁ ନାଉଗାଁହାଟ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ରଥ ଆସିବା ସମୟରେ ନାମ ସଂକୀର୍ତନ କରାଯିବା ସହ ପାଇକ ଆଖଡା ମଧ୍ୟ କରାଯାଇଥିଲା । ନାଉଗାଁହାଟ ଉଚ୍ଚ ବିଦ୍ୟାଳୟରେ ଅହିଂସା ରଥକୁ ବ୍ଲକ ଶିକ୍ଷାଧିକାରୀ ମନୋରମା ରାଉତ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ ରାଉତ, ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷୀ ସେଠୀ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିରଂଜନ ମହାନ୍ତି, ଶିକ୍ଷକ ସୁକାନ୍ତ ଲେଙ୍କା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସ ଆଦି ସ୍ୱାଗତ କରିଥିଲେ । ପରେ ବିଦ୍ୟାଳୟ ପରିସରରେ ଥିବା ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ବିଧାୟକଙ୍କ ସମେତ ବ୍ଳକ ଓ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆୟୋଜିତ ସଭାରେ ପୂଲୱାମା ଆକ୍ରମଣରେ ସହୀଦ ହୋଇଥିବା ଶିଖର ପଂଚାୟତ ପାରିଶିଖର ଗ୍ରାମର ସହିଦ ପ୍ରଶନ୍ନ ସାହୁଙ୍କ ଧର୍ମପତ୍ନୀ ମୀନା ସାହୁଙ୍କୁ ବିଧାୟକ, ବିଡିଓ ଓ ଜିଲ୍ଲା ପରିଷଦ ସଭ୍ୟାମାନେ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ଏବିଡିଓ ଦେବେନ୍ଦ୍ର ପ୍ରଧାନ, ବରିଷ୍ଠ କିରାଣୀ ସିର୍ଦ୍ଧାଥ ଦାସ, ଜିପିଇଓ ଦିନେଶ ରାୟ, ବିଏସଏସଓ ଜୟକୃଷ୍ଣ ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ସାରଦା ପ୍ରସନ୍ନ ସ୍ୱାଇଁ, ବିଭୁତି ଶତପଥି, ସ୍କୃତିରଂଜନ ନାୟକ, କନିଷ୍ଠ ସହାୟକ ଶ୍ରୀନିବାସ ବେହେରା, କାର୍ଯ୍ୟକ୍ରମ ସହାୟକ ପ୍ରସନ୍ନଜିତ ନାୟକ,ଜିଆରଏସ ଜଗନ୍ନାଥ ପ୍ରଧାନ, ସଂଜୟ ପରିଡା, ରାକେଶ ରାୟ, ପ୍ରଭାତ କୁମାର ସାହୁ, ତୁଷାର ସ୍ୱାଇଁ, ଯୋଗାଣ ଡିଇଓ କାର୍ତିକ ସ୍ୱାଇଁଙ୍କ ସମେତ ବ୍ଲକ କର୍ମଚାରୀମାନେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ସ୍ୱାଗତ ସମ୍ବର୍ଦ୍ଧନା ଓ କାର୍ଯ୍ୟକ୍ରମ ଶେଷ ହେବା ପରେ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଜଗତସିଂହପୁର ବ୍ଲକର ମହାକାଳେଶ୍ୱର ଛକ ଠାରେ ଜଗତସିଂହପୁର ବ୍ଲକ ପ୍ରଶାସନକୁ ଅହିଂସା ରଥକୁ ହସ୍ତାନ୍ତର କରାଯାଇଛି ।