ନାଉଗାଁ ବ୍ଳକରେ ଏ-୧ରେ ୧୦ଜଣ ଉତୀର୍ଣ୍ଣ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ନାଉଗାଁ ବ୍ଳକରେ ଉକ୍ତ ପରୀକ୍ଷାରେ ଏ-୧ରେ ୧୦ଜଣ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି । ବ୍ଲକର ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଅୟସ ଭୋଳ ୫୭୬ ଓ ଅଭିଷେକ ପାଢୀ ୫୫୫ ନମ୍ବର ରଖିଥିବା ବେଳେ ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରୁ ତୁଳସୀ ମଂଜରୀ ନାୟକ ୫୫୬ ଓ ରାଜଲକ୍ଷ୍ମୀ ମହାରଣା ୫୫୧, କଂଟୁଣିଆହାଟ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଆକାଶ ମିଶ୍ର ୫୫୨, ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟରୁ ପ୍ରଭାସିନୀ ଜେନା ୫୪୯, ସୁଭଶ୍ରୀ ପରିଜା ୫୪୯ ଓ ସୁଭ୍ରାଂଶୁ ପାତ୍ର ୫୪୦, ଘୋଡାଂଶସ୍ଥିତ ବାସୁଦେବ ସରକାରୀ ଉଚ୍ଚ ବିଦ୍ୟାଳୟରୁ ସୁଭସ୍ମିତା ରାଉତ ୫୪୪ ଏବଂ ଡେରିକିସ୍ଥିତ କସ୍ତୁରବା ସରକାରୀ ଉଚ୍ଚ ବିଦ୍ୟାଳୟରୁ ମଧୁସ୍ମିତା ପରିଡା ୫୪୨ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ଖବର ପ୍ରସ୍ତୁତ ହେଲା ବେଳକୁ ସୂଚନା ମିଳିଛି । ପ୍ରଜାଶ ଥାଉକି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ନାଉଗାଁ ବ୍ଳକର ୭ଟି ପରୀକ୍ଷା କେନ୍ଦ୍ରରେ ରେଗୁଲାର ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀଙ୍କୁ ମିଶାଇ ମୋଟ ୯୯୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।