ନାଉଗାଁ ବ୍ଳକରେ ଗଢି ଉଠିଛି ବେଆଇନ ଇଟାଭାଟି ପ୍ରଶାସନର ନିଘା ନାହିଁ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକର ବିଭିନ୍ନ ପଂଚାୟତରେ ବେଆଇନ ଭାବେ ଶହ ଇଟାଭାଟି ଗଢି ଉଠୁଥିବା ଦେଖିବାକୁ ମିଳିଛି । ଏହି ଇଟାଭାଟି ଗୁଡିକ ଉପରେ ପ୍ରଶାସନ କୌଣସି ଚଢାଉ କରୁ ନଥିବାରୁ ଇଟା ବେପାରୀମାନେ ସରକାରୀ ନିୟମ ନମାନି ଖୁଲମଖୁଲା ଇଟା ଭାଟି ଲଗାଉଥିବା ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଧିକାଂଶ ଇଟାଭାଟି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଗଢି ଉଠୁଥିବା ବେଳେ ରାଜସ୍ୱ ଅଧିକାରି ଜାଣି ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାଧାରଣତଃ ଇଟା ପୋଡିବାକୁ ହେଲେ ତହସିଲର ଅନୁମତି ଆଣିବା ସହିତ ପରିବେଶ ମଂଜୁରୀ ମଧ୍ୟ ଆଣିବା ଜରୁରୀ ଅଟେ । କିନ୍ତୁ ଇଟା ମାଫିଆମାନେ କୌଣସି ଅନୁମତି ନଆଣି ମନଇଚ୍ଛା ଇଟା ପୋଡିବାରେ ବ୍ୟସ୍ତ ରହୁଛନ୍ତି । ଯାହାରକୁ ପ୍ରଭାବ ପରିବେଶ ଉପରେ ପଡୁଥିବା ଜଣାଯାଇଛି । ନିୟମାନୁସାରେ ବିଦ୍ୟାଳୟ, ଜନବସତି ଠାରୁ ଦୁରରେ ଇଟାଭାଟି ପୋଡିବାର ନିୟମ ରହିଛି । କିନ୍ତୁ ଉକ୍ତ ବ୍ଳକରେ କୋରୁଅ ପଂଚାୟତର ଡାହାଣିଖିଆ ଉପ୍ରା ବିଦ୍ୟାଳୟ, ଗଜରାଜପୁର ପଂଚାୟତର ନୁଆପାରୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟ, ଦେବୀନଦୀ ପଠା, ଡେରିକି ପଂଚାୟତର ଡେରିକି ରାଜସ୍ୱ କାର୍ଯ୍ୟାଳୟ ନିକଟ, ଶିଖର ପଂଚାୟତର ଦେବୀନଦୀ ପଠା ଆଦିରେ ବେଆଇନ ଭାବେ ଶହ ଶହ ଇଟା ଭାଟି ଚାଲୁଥିବା ବେଳେ ରାଜସ୍ୱ ବିଭାଗର ଏଥିପ୍ରତି ନଜର ନଥିବା ଜଣାଯାଇଛି । ଏପରିକି ନିକଟସ୍ଥ ରାଜସ୍ୱ ନିରୀକ୍ଷକମାନେ ହାତ ଗୁଞା ନେଇ ବେଆଇନ ଇଟାଭାଟିକୁ ପ୍ରଶୟ ଦେଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଅପରପକ୍ଷେ ବର୍ତମାନ କରୋନା ସଂକ୍ରମଣ ଯୋଗୁ କଟକଣା ଲାଗି ରହିଥିବା ବେଳେ ଜନବସତି ନିକଟରେ ଇଟାଭାଟି ପୋଡା ହେବା ଯୋଗୁ ଇଟା ଭାଟି ଧୂଆଁରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ଜଣାଯାଇଛି । ଇଟା ଭାଟିରୁ ବାହାରୁ ଥିବା ଧୂଆଁରେ ଶ୍ୱାସ ରୋଗୀ, ବୃଦ୍ଧବୃଦ୍ଧା ଅଣ ନିଶ୍ୱାସୀ ହେଉଥିବା ଜଣାଯାଇଛି । ବେଆଇନ ଭାବେ ଚାଲିିଥିବା ଇଟା ଭାଟିକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଜନସାଧାରଣ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ