ନାଉଗାଁ ବ୍ଳକରେ ବିଧାୟକଙ୍କ ପ୍ରଥମ ସମୀକ୍ଷା ବୈଠକ, ପ୍ରଥମ ବୈଠକରେ ମିଥ୍ୟା ତଥ୍ୟ ଦେଲେ ଅଧୀକାରୀ
ନାଉଗାଁ :ନାଉଗାଁ ବ୍ଳକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ପ୍ରଥମ ସମୀକ୍ଷା ବୈଠକ ବିଧାୟକ ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।. ପରେ ସମ୍ମିଳନୀ କକ୍ଷରେ ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ ଙ୍କ ସଭାପତିତ୍ୱରେ ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରଥମ ବୈଠକରେ ସମସ୍ତ ପ୍ରଶାସନିକ ଅଧିକାରୀ ନିଜ ପଦକୁ ସୁରକ୍ଷିତ ରଖିବା ପାଇଁ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ଜଣାଯାଇଥିଲା । ୨୦୧୮-୧୯ ଆର୍ଥୀକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୁର୍ତ ବିଭାଗ ଦ୍ୱାରା କେତେ ରାସ୍ତା ନିର୍ମାଣ କରାଯାଇଛି,କେତେ ରାସ୍ତା ମରାମତି ହୋଇଛି ବୋଲି ପଚାରିବାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ବିନୋଦ ତରାଇ ସବୁ ରାସ୍ତା ଠିକ ଥିବା ବେଳେ ନାଉଗାଁ -ଡାବର ରାସ୍ତା କାର୍ଯ୍ୟ ଚାଲିଥିବା କହିଥିଲେ । ପ୍ରକୃତରେ ଉକ୍ତ ବିଭାଗର ଅନେକ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଥିବା ଜଣାଯାଇଛି । ସେହିପରି ପୂର୍ତ ବିଭାଗ ଦ୍ୱାରା ନିର୍ମିତ ବାଲି ଭଉଁରୀ-ଶିଖରଘାଟ ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇଥିବା ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ । ରାସ୍ତାର ଦୁଇ ପାଶ୍ୱର୍ ଠିକ ଭାବେ ଫିଲିଙ୍ଗ ନହେବା ଓ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଚାଷ ଜମିର ଜଳ ନିଷ୍କାସନ କରିବାର କୈାଣସି ବ୍ୟବସ୍ଥା କରାଯାଇ ନଥିବା ବିଧାୟକ ପ୍ରକାଶ କରିଥିଲେ । ଏହା ଉପରେ ସେ ବିଧାନସଭାରେ ପ୍ରଶ୍ନ କରିବେ ବୋଲି ମଧ୍ୟ କହିଥିଲେ । ସେହିପରି ପୂର୍ତ ବିଭାଗ ପକ୍ଷରୁ କୋକିଡିହ -ନାଉଗାଁ ରାସ୍ତା ନିର୍ମାଣର ଅଳ୍ପ ଦିନ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲେ ମଧ୍ୟ ଉକ୍ତ ରାସ୍ତା ଠିକ ଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ନାରାୟଣ ସାହୁ ମିଥ୍ୟା ତଥ୍ୟ ଦେଇଥିଲେ । ଡେରିକି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୭ ବର୍ଷ ହେବ ଡାକ୍ତର ନଥିବା ଓ ଅଲଣାହାଟ ସ୍ୱାସ୍ଥ୍ୟ କେନ୍ଦ୍ରର ସମାନ ଅବସ୍ଥା ଥିବା ବେଳେ ନାଉଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୁନନ୍ଦନ ମହାନ୍ତି ଭୂଲ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ନାଉଗାଁ ବସଷ୍ଟାଣ୍ଡ କାର୍ଯ୍ୟ ସଂପୂନ୍ନ କରିବା ପାଇଁ ଆଉ ୫ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଆବଶ୍ୟକ ଥିବା ବିଭାଗୀୟ ସହାକାରୀ ଯନ୍ତ୍ରୀ ନାରାୟଣ ସାହୁ ପ୍ରକାଶ କରିଥିଲେ । ଯୋଗଣ ବିଭାଗରେ କେତେ ଖାଉଟି ସାମଗ୍ରୀ ବଂଟନ କରାଯାଉଛି ଓ କେତେ ଏଲିଡି ବଲବ ପ୍ରଦାନ କରାଯାଇଛି ବ୍ଳକ ଯୋଗାଣ ବିଭାଗ ଅଧିକାରୀ ସଠିକ ତଥ୍ୟ ପ୍ରଦାନ କରି ପାରି ନଥିଲେ । ସେହିପରି ଦେବୀ ନଦୀରେ ନିର୍ମାଣ କରାଯାଉଥିବା ମେଗା ପାନୀୟ ଜଳ ପ୍ରକଳ୍ପରେ ଗଜରାଜପୁର ପଂଚାୟତକୁ ସାମିଲ କରାଯାଇଛି କି ନାହିଁ , ଉକ୍ତ ବ୍ଳକରେ କେତେ ଉଚ୍ଚ ପାନୀୟ ଜଳ ପ୍ରକଳ୍ପ ରହିଛି କେତେ କାର୍ଯ୍ୟ କରୁଛି ସେ ବିଷୟରେ ବିଭାଗୀୟ ଯନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ସଠିକ ତଥ୍ୟ ପ୍ରଦାନ କରିପାରି ନଥିଲେ । ଅନୁଷ୍ଠିତ ସମୀକ୍ଷା ବୈଠକରେ ପଂଚାୟତର ଜିଆରଏସ ମାନେ ଅନୁପସ୍ଥିତ ଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ । ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସଠିକ ତଥ୍ୟ ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମେ ବିଧାୟକ ଶ୍ରୀ ମୁଦୁଲି ବ୍ଳକଛକ ଠାରେ ପହଂଚିବା ପରେ ବିଜେଡି ବ୍ଳକ ସଭାପତି ସୁଜିତ କୁମାର ମଲିକଙ୍କ ନେତୃତ୍ୱରେ ବ୍ଳକଛକ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରୁ ଶତାଧିକ ବିଜେଡି କର୍ମୀଙ୍କ ଗ୍ରହଣରେ ପଦଯାତ୍ରାରେ ବ୍ଳକ ପରିସରକୁ ଯାଇଥିଲେ । ବ୍ଳକ ପରିସରରେ ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ବିଡିଓ ରଶ୍ମିରେଖା ମଲ୍ଲିକ,ସିଡିପିଓ ରାସେଶ୍ୱରୀ ମହାନ୍ତି ଆଦି ଫୁଲ ତୋଡା ଦେଇ ବିଧାୟକଙ୍କୁ ସ୍ୱାଗତ କରିଥିଲେ