ନାଉଗାଁ ବ୍ଳକରେ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଶପଥ ପାଠ

ନାଉଗାଁ, , (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଶୁକ୍ରବାର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶପଥ ପାଠ ଉତ୍ସବରେ ଏବିଡିଓ ଦେବେନ୍ଦ୍ର କୁମାର ପ୍ରଧାନ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଦେବାଶୀଷ ସ୍ୱାଇଁ, ବରିଷ୍ଠ କିରାଣୀ ସିଦ୍ଧାର୍ଥ କୁମାର ଦାସ, ଜିପିଇଓ ଦିନେଶ ରାୟ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେଶ ପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସମେତ ଜିଆରଏସମାନେ ଯୋଗ ଦେଇଥିଲେ । ବିପର୍ଯ୍ୟୟ ସମୟରେ ଧନ ଜୀବନ କ୍ଷୟକ୍ଷତିକୁ ହ୍ରାସ କରିବା, ରିଲିଫ ଓ ଉଦ୍ଧାରରେ କାର୍ଯ୍ୟରତ କର୍ମଚାରୀ, ଅନୁଷ୍ଠାନ ଓ ସହଯୋଗୀ ଦଳଙ୍କୁ ସହଯୋଗ କରିବା, ଜନସାଧାରଣଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରସ୍ତୁତି ନିମନ୍ତେ ସଚେତନତା ବୃଦ୍ଧି କରିବା ଉପରେ ଶପଥ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ