ନାଉଗାଁ ବ୍ଳକରେ ବୃକ୍ଷରୋପଣ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) :ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ପକ୍ଷ ଅବସରରେ ବୃକ୍ଷରୋପଣ କରାଯାଇଛି । ଛାତ୍ର କଂଗ୍ରେସ ତରଫରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିକାଶ ନାୟକ, ସମୁର୍ତି ରଂଜନ ଜେନା, କିଶୋର ବଳ, ଜଟାଧାରୀ ମହାନ୍ତି, ନିଗମାନନ୍ଦ ସ୍ୱାଇଁ, ହିରଣ୍ୟ ଜେନା, ସନ୍ଦୀପ ମହାନ୍ତି, ପ୍ରିୟ ଦର୍ସିନ ମଲିକ ଆଦି ଯେଗା ଦେଇ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଚାରାରୋପଣ କରିଥିଲେ । ସେହିପରି ଜଗତସିଂହପୁର ଜନଶିକ୍ଷଣ ସଂସ୍ଥା ତରଫରୁ ଜାମୁଗାଁ ପଂଚାୟତ କଣିପଡା ଠାରେ ଥିବା ପଲିଟେକନିକ ମହାବିଦ୍ୟାଳୟରେ ଚାରରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାର ନିର୍ଦ୍ଦେଶକ କିଶୋର କୁମାର ସାମଲ, ପଲିଟେକନିକ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ମହାବିଦ୍ୟାଳୟ ପରିସରରେ ୧୦୦ରୁ ଉଦ୍ଦ୍ୱର୍ ଚାର ରୋପଣ କରାଯାଇଥିଲା ।


