ନାଉଗାଁ ବ୍ଳକରେ ରାଜ୍ୟ ସରକାରଙ୍କ ମୋ ସେବା କେନ୍ଦ୍ର ଉଦଘାଟିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଗଳଦାରୀ ପଂଚାୟତରେ ରାଜ୍ୟ ସରକାରଙ୍କ ମୋ ସେବା ଯୋଜନା ଶନିବାର ବିଡିଓ ରଶ୍ମିରେଖା ମଲିକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଗ୍ରାମାଂଚଳର ଲୋକ ମାନେ ବିଭିନ୍ନ କାର୍ଯ୍ୟ ପାଇଁ ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ପଡୁଥିଲା । ଏହି ଯୋଜନା ମାଧ୍ୟମରେ ଗ୍ରାମାଂଚଳର ଜନସାଧାରଣ ମାନେ ସରକାରୀ କାର୍ଯ୍ୟାଳୟକୁ ନଯାଇ ଏହି କେନ୍ଦ୍ର ମାଧ୍ୟମରେ ସହଜ ଓ ସୁବିଧାରେ ନିରବଚ୍ଛିନ୍ନ ସେବା ପାଇ ପାରିବେ । ଗ୍ରାମାଂଚଳର ଜନସାଧାରଣ ମାନଙ୍କ ପାଇଁ ରାଜ୍ୟ ସତକାରଙ୍କ ଏହି ଯୋଜନା ଏକ ମହତ ଯୋଜନା । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରବନ୍ଧକ ଦିପ୍ତିପ୍ରକାଶ ଦାସ, ସରପଂଚ ସାଗରୀକା ମଲିକ,ସମାଜସେବୀ ରଂଜିତ ମଲିକ,ଭିଏଲଇ ସୁଧୀର ନାୟକ ଆଦି ଉପସ୍ଥିତ ଥିଲେ ।