ନାଉଗାଁ ବ୍ଳକରେ ସୁଭଦ୍ରା ରଥକୁ ସ୍ୱାଗତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଆରମ୍ଭ କରାଯାଇଛି ସୁଭଦ୍ରା ଯୋଜନା । ଉକ୍ତ ଯୋଜନା ବିଷୟରେ ମହିଳାମାନଙ୍କୁ ସଚେତନ କରିବା ପାଇଁ ପ୍ରତି ଗ୍ରାମରେ ସୁଭଦ୍ରା ରଥ ପରିକ୍ରମା କରୁଛି । ଶୁକ୍ରବାର ଉକ୍ତ ରଥ ନାଉଗାଁ ବ୍ଳକରେ ପହଂଚିବା ପରେ ବିଡିଓ ତପନ କୁମାର ମାହାପାତ୍ର, ସିଡିପିଓ ବାସନ୍ତୀ ମାଇନ,ଏବିଡିଓ ଦେବେନ୍ଦ୍ର ପ୍ରଧାନ, ବିପିସି ଶଶାଙ୍କ ଶେଖର ସ୍ୱାଇଁ ଆଦି ବ୍ଳକ ପରିସରରେ ଉକ୍ତ ରଥକୁ ଭବ୍ୟ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍‌ଏଚଜି ମହିଳାମାନେ ଉପସ୍ଥିତ ଥିଲେ । ଏହି ରଥ ବ୍ଳକର ୧୬ଟି ପଂଚାୟତରେ ପରିକ୍ରମା କରି ସୁଭଦ୍ରା ଯୋଜନା ଉପରେ ସଚେତନ କରିବ ବୋଲି ବିଡିଓ ମହାପାତ୍ର ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ