ନାଉଗାଁ ବ୍ଳକରେ ହରିଶ୍ଚନ୍ଦ୍ର ଯୋଜନା ଦିଗହରା ,ବଂଚିତ ହେଉଛନ୍ତି ଗରିବ ହିତାଧିକାରୀ

ନାଉଗାଁ,: (ଯୁଗାବ୍ଦ ନ୍ୟୁଜ୍) ଗରିବ ଲୋକ ମୃତ୍ୟୁବରଣ କଲେ ତାର ଶବ ସଂସ୍କାର ପାଇଁ ସରକାରଙ୍କ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନା ପ୍ରଣୟନ କରାଯାଇଛି । ଏହି ଯୋଜନାରେମୃତ ବ୍ୟକ୍ତିର ପରିବାରକୁ ୨ ହଜାର ଟଙ୍କା ଆର୍ଥୀକ ସହାୟତା ପ୍ରଦାନ କରାଯାଇଥାଏ । ଯେଉଁ ସହାୟତା ରାଶିରେ ପରିବାର ଲୋକ ଶବ ସତ୍କାର କରିଥାନ୍ତି । ସରକାରଙ୍କ ଏହି ଯୋଜନା ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବେଳେ ନାଉଗାଁ ବ୍ଳକରେ ୨ ବର୍ଷ ହେବ ବ୍ୟତିକ୍ରମ ଦେଖାଦେଇଛି । ଏହି ଯୋଜନା ଲାଗୁ ହେବା ପରେ ବିଭାଗୀୟ ଅଧିକାରୀ ଓ ସରପଂଚ ମାନେ ସରକାରୀ ନିୟମକୁ ପାଳନ ନକରି ଧନୀ ଶ୍ରେଣୀର ଲୋକଙ୍କ ଠାରୁ କିଛି ହାତ ଗୁଂଜା ନେଇ ଏହି ଯୋଜନାରେ ସାମିଲ କରାଇଲେ । ଯାହାଫଳରେ ସରକାରଙ୍କ ଉଦ୍ଦେଶ୍ୟ କେବଳ କଗଜ କଲମରେ ସିମିତ ରହିଲା । ଯାହାଫଳରେ ଏହି ବ୍ଲକର ଗିରବ ଲୋକମାନେ ୨ ବର୍ଷ ହେବ ଉକ୍ତ ସହାୟତା ପାଇବାରୁ ବଂଚିତ ହେଉଛନ୍ତି । ଏହି ବ୍ଲକର ୧୬ଟି ପଂଚାୟତ ରହିଛି , ପ୍ରତି ପଂଚାୟତରେ ୫୦ରୁ ଉର୍ଦ୍ଧ ହିତାଧିକାରୀ ହରିଶ୍ଚନ୍ଦ୍ର ଯୋଜନାରୁ ଆର୍ଥୀକ ସହାୟତା ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ମିଳି ନଥିବା ଅଭିଯୋଗ ହେଉଛି । ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥୀକ ସହାୟତା ପ୍ରଦାନ ପାଇଁ ବ୍ଳକ ବିଜେପି ସଭାପତି ଶ୍ରୀକାନ୍ତ ସ୍ୱାଇଁ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହିତାଧିକାରିମାନେ ସହାୟତା ପାଇ ନଥିବା ଜଣାଯାଇଛି । ଏହି ଯୋଜନାରେ ଡେରିକି ପଂଚାୟତରେ ୪୦ରୁ ଉର୍ଦ୍ଧ, ତିରୁଣା ପଂଚାୟତରେ ୬୨, ଓଷକଣା ପଂଚାୟତରେ ୨୦୧୬ ମସିହା ଠାରୁ ୪୫, ଶିଖର ପଂଚାୟତରେ ୫୦ରୁ ଉର୍ଦ୍ଧ ହିତାଧିକାରୀ ଆବେଦନ କରି ଅପେକ୍ଷା କରି ରହିଛନ୍ତି । ଏହିପରି ୧୬ଟି ପଂଚାୟତରେ ୫ ଶହରୁ ଉର୍ଦ୍ଧ ହିତାଧିକାରୀଙ୍କ ଆବେଦନ ପତ୍ର ପଂଚାୟତ କାର୍ଯ୍ୟାଳୟରେ ପଡି ରହିଥିବା ଜଣାଯାଇଛି । ଏହି ହିତାଧିକାରୀମାନେ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ପାଇବେ କି ନାହିଁ ଆଶଙ୍କା ମଧ୍ୟରେ ବି ରହିଛନ୍ତି । ଆବେଦନ କରିଥିବା ହିତାଧିକାରୀମାନେ ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ନିରାଶ ହୋଇଥିବା ପ୍ରକାଶ କରିଛନ୍ତି । ତେଣୁ ଦୀର୍ଘ ଦିନ ଧରି ଆବେଦନ କରିଥିବା ହିତାଧିକାରୀମାନଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ଯୋଗାଇ ଦେବା ପାଇଁ ହିତାଧିକାରୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏ ବିଷୟରେ ଜିପିଇଓ ଦିନେଶ ରାୟଙ୍କୁ ପଚାରିବାରୁ ପୂର୍ବରୁ ଯେଉଁ ବିଡିଓ ଥିଲେ ତାଙ୍କ ନାମରେ ଥିବା ଅନଲାଇନର ପାସଓାର୍ଡ ଏପର୍ଯ୍ୟନ୍ତ ପରିବର୍ତନ କରାଯାଇନାହିଁ । ଯାହାଫଳରେ ହିତାଧିକାରୀମାନେ ସହାୟତା ପାଇ ପାରିନାହାନ୍ତି । ପାସଓାର୍ଡ ପରିବର୍ତନ ପାଇଁ ଆମେ ଆବେଦନ କରିବା ସହିତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ନୂତନ ପାସଓାର୍ଡ ଆସିଲେ ଯଥା ଶୀଘ୍ର ହିତାଧିକାରୀମାନଙ୍କୁ ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ