ନାଉଗାଁ ବ୍ଳକରେ ୩ଜଣ ଛାତ୍ରଛାତ୍ରୀ ଗ୍ରେଡ-ଏ ୱାନରେ ଉତିର୍ଣ୍ଣ
ନାଉଗାଁ,-ମାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ନାଉଗାଁ ବ୍ଳକରେ ଗତ ମାଟ୍ରିକ ପରୀକ୍ଷାରେ ୧୧୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ଥିବା କରାଯାଇଥିଲା । ଏଥି ମଧ୍ୟରୁ ୩ଜଣ ଛାତ୍ରଛାତ୍ରୀ ଗ୍ରେଡ ଏ ୱାନରେ ଉତିର୍ଣ୍ଣ ହୋଇଥିବା ବେଳେ ଗ୍ରେଡ ଏ ଟୁରେ ୧୮ଜଣ ହୋଇଥିବା ଜଣାଯାଇଛିି । ସେଥିମଧ୍ୟରୁ ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ସେଫାଳିକା ପରିଡା ୫୬୧ ନମ୍ବର ଓ ଛାତ୍ର ରୁଦ୍ର ପ୍ରସାଦ ଦାସ ୫୫୧ ନମ୍ବର ରଖି ଉତର୍ଣ୍ଣ ହୋଇଥିବା ବେଳେ କମଳଲୋଚନ ବିଦ୍ୟାପୀଠ ଶୁଦ୍ଧକଣ୍ଠିରୁ ଛାତ୍ର ଏନ.ଏମ. ଅମ୍ଳାନ ୫୪୬ ନମ୍ବର ରଖି ଗ୍ରେଡ-ଏ ୱାନରେ ଉତିର୍ଣ୍ଣ ହୋଇଥିବା ଜଣାଯାଇଛି ।