ନାଉଗାଁ ବ୍ଳକରେ ୭ଟି ପରୀକ୍ଷା କେନ୍ଦ୍ରରେ ପରିକ୍ଷା ଦେଲେ ୯୯୧ ପରୀକ୍ଷାର୍ଥୀ : ୩୪ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଶୁକ୍ରବାର ଆରମ୍ଭ ହୋଇଛି । ଏହି ପରୀକ୍ଷା ନାଉଗାଁ ବ୍ଳକର ୭ଟି ପରୀକ୍ଷା କେନ୍ଦ୍ରରେ କରାଯାଉଥିବା ବେଳେ ରେଗୁଲାର ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀଙ୍କୁ ନେଇ ସର୍ବମୋଟ ୧୦୨୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏଥିମଧ୍ୟରୁ ୩୪ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବାରୁ ମୋଟ ୯୯୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାଯାଇଛି । ସେଥିମଧ୍ୟରୁ ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟରେ ୧୭୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ୫ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ, ଆର୍ତତ୍ରାଣ ବିଦ୍ୟାପୀଠ ଗଜରାଜପୁରରେ ୧୧୬ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ୩ଜଣ ଅନୁପସ୍ଥିତ, ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୪୩ ଜଣ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ୧୦ଜଣ ଅନୁପସ୍ଥିତ, କଂଟୁଣିଆହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୩୯ଜଣ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ୩ ଜଣ ଅନୁପସ୍ଥିତ, ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୫୪ଜଣ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ୩ ଜଣ ଅନୁପସ୍ଥିତ, ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ରେଗୁଲାର ପରିକ୍ଷାର୍ଥୀ ୧୦୪ଜଣ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ୩୨ଜଣ ପରିକ୍ଷାର୍ଥୀ ପରିକ୍ଷା ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ରେଗୁଲାରୁ ୯ଜଣ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟରୁ ଜଣେ ଅନୁପସ୍ଥିତ ଥିଲେ । ସେହିପରି ତିରୁଣା ଗୋପବନ୍ଧୁ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୬୧ଜଣ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ସମସ୍ତ ପରିକ୍ଷାର୍ଥୀ ଉପସ୍ଥିତ ଥିଲେ । ସମସ୍ତ କେନ୍ଦ୍ରରେ ପରୀକ୍ଷା ଶାନ୍ତିଶୃଙ୍ଖଳାରେ ଚାଲିଥିବା ନୋଡାଲ କେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀ ତଥା ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରଂଜନ ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ