ନାଉଗାଁ ବ୍ଳକର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କଲେ ଜିଲ୍ଲାପାଳ

ନାଉଗାଁ, (ଓ୍ବାଇଏନ୍ଏସ୍) : ବ୍ଳକର ବିଭିନ୍ନ ପଂଚାୟତରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଗୁରୁବାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବୁଲି ଦେଖିଥିଲେ । ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ବିଦ୍ୟୁତ, ପାନୀୟ ଜଳ, ଶୌଚାଳୟ ଆଦି ଦେଖିବା ସହିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଥିବା ବେଡ ଗୁଡିକ ବୁଲି ଦେଖିଥିଲେ । ପ୍ରଥମେ ବ୍ଳକର ରୋହିଆ ପଂଚାୟତ, ବଛାଳୋ ଆଦି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରି ଜାମୁଗାଁର କଣିପଡାସ୍ଥିତ ପଲିଟେକନିକ କଲେଜରେ ହୋଇଥିବା ବ୍ଲକର ସ୍ୱତନ୍ତ୍ର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଯାଇଥିଲେ । ସେଠାରେ ରହୁଥିବା ପ୍ରବାସୀମାନଙ୍କର ଖାଦ୍ୟ,ପାନୀୟ ଓ ରହିବା ବିଷୟରେ ବୁଝିଥିଲେ । ସେହିପରି ଜିଲ୍ଲାପାଳ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସମୟରେ ପଂଚାୟତ ଅଧିକାରୀ, ସରପଂଚ, ସମିତି ସଭ୍ୟ ଆଦିଙ୍କ ସହିତ ଫେରୁଥିବା ପ୍ରବାସୀମାନଙ୍କ ମଧ୍ୟରେ କରୋନା ସମ୍ବନ୍ଧୀୟ ବିଭିନ୍ନ ସଚେତନତା ସୃଷ୍ଟି କରିବା ସହିତ ତାଙ୍କର ରହିବାର ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ସେହିପରି ଆଗକୁ ସାମ୍ଭାବ୍ୟ ବାତ୍ୟା ହେବାର ଆଶଙ୍କା ଥିବାରୁ ବ୍ଳକ ପ୍ରଶାସନ ଓ ପଂଚାୟତସ୍ତରୀୟ ଅଧିକାରୀ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ସହିତ ବିଡିଓ ରଶ୍ମିରେଖା ମଲ୍ଲିକ ମଧ୍ୟ କେନ୍ଦ୍ର ଗୁଡିକ ପରିଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ