ନାଉଗାଁ ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଗୁରୁଦିବସ ପାଳିତ
ନାଉଗାଁ, (ଯୁଗାବ୍ବ ନ୍ୟୁଜ) : ଗୁରୁବାର ପବିତ୍ର ଗୁରୁଦିବସ ଅବସରେ ନାଉଗାଁ ବ୍ଳକର ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, ତିହୁଡାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର,ଶାଳିଜଙ୍ଗାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମା ସରସ୍ୱତୀ ଶିଶୁ ମନ୍ଦିର ଡେରିକି, ଉତ୍କଳମଣୀ ଗୋପବନ୍ଧୁ ଶିକ୍ଷା ସଦନ ନାଉଗାଁ, ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟ, ନାଉଗାଁହାଟ ଉଚ୍ଚ ବିଦ୍ୟାଳୟ, ଗୋପବନ୍ଧୁ ସ୍ମାରକୀ ବିଦ୍ୟାପୀଠ, ତିରୁଣା ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗାରୋଇ, ଶ୍ରୀ ଅଚ୍ୟୁତ ଇଂଲିଶ ମିଡିୟମ ବିଦ୍ୟାଳୟ ଗଙ୍ଗଦାହାଟ, ଗଂଗଦାସ୍ଥିତ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟ,ମୁଣ୍ଡାଳୋ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିଶୁ ଶିକ୍ଷାକେନ୍ଦ୍ର ଆଦିରେ ଗୁରୁଦିବସ ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟର ପିଲାମାନେ ଗୁରୁମାନଙ୍କୁ ଫୁଲ,ଚନ୍ଦନ ଆଦି ଦେଇ ପୂଜାର୍ଚ୍ଚନା କରିଥିଲେ । ଗୁରୁ ହେଉଛନ୍ତି ସମାଜର ଆଲୋକବର୍ତିକା ପୁରାଣ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ କେହି ବିନା ଗୁରୁରେ ଉପରକୁ ଯାଇ ନାହାନ୍ତି । ଗୁରୁ ଶିଷ୍ୟ ସଂପର୍କ ଯୁଗେ ଯୁଗେ ରହି ଆସିଛି । ଛାତ୍ର ଜୀବନରେ ଗୁରୁୃଙ୍କ ଆବଶ୍ୟକତା ଉପରେ ଶିକ୍ଷକମାନେ ଆଲୋକପାତ କରିଥିଲେ । ଏହି ଅବସରରେନାଉଗାଁ ବ୍ଳକର ଅଗ୍ରଣୀ କଳା ଅନୁଷ୍ଠାନ ଉକ୍ରଳ ଭାରତୀ କଳା ବିକାଶ କେନ୍ଦ୍ରରେ ପାରମ୍ପାରିକ ରିତୀରେ ପାଳନ କରାଯାଇଛି ।ଅନୁଷ୍ଠାନର ଉପଦେଷ୍ଟା ଶିକ୍ଷକ ନିରଂଜନ ମହାନ୍ତିଙ୍କର ପୌରୋହିତ୍ୟରେ ଆୟୋଜିତ ସଭାରେ ଅନୁଷ୍ଠାନର ସଭାପତି ଅଧ୍ୟାପକ ଚୌଧୁରୀ ବିନେଶ ଦାସ,ସଂପାଦକ ଶିକ୍ଷକ ସୁକାନ୍ତ ଲେଙ୍କା,ଆନ୍ତର୍ଜାତୀୟ ସଂପନ୍ନ ନୃତ୍ୟଗୁରୁ ସୁଶ୍ରୀ ମଣିକର୍ଣ୍ଣିକା ପ୍ରମୁଖ ଯୋଗ ଦେଇ ପିଲାମାନଙ୍କର ଓ ଅନୁଷ୍ଠାନର ସଫଳତା ପାଇଁ ପିଲାମାନଙ୍କୁ ଶୁଭେଛା ଜଣାଇବା ସହିତ ଗୁରୁ ହେଉଛନ୍ତି ଶିଷ୍ୟର ପ୍ରକୃତ ମାର୍ଗଦର୍ଶକ, ହିତାକାଂକ୍ଷୀ ଓ ପ୍ରାତଃ ସ୍ମରଣୀୟ । ଶିଷ୍ୟର ସଫଳତାରେ ଗୁରୁ ଲାଭ କରନ୍ତି ପରମ ତୃପ୍ତି । ସେଥିପାଇଁ ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ପ୍ରଥମ ଓ ଶ୍ରେଷ୍ଟ ସ୍ଥାନ ଦିଆଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ଗୁରୁବନ୍ଦନା,ଗୁରୁପୂଜନ ଆଦି କାର୍ଯ୍ୟ ଆନୁଷ୍ଠାନର କଳାକାରମାନେ ଯଥାବିଧି ସଂପନ୍ନ କରିଥିଲେ ।