ନାଉଗାଁ ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସ ଅନୁଷ୍ଠିତ
ନାଉଗାଁ,(ଓ୍ବାଇଏନ୍ଏସ୍): ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହୁରୁଙ୍କ ପୂଣ୍ୟ ଜନ୍ମ ତିଥି ଅବସରରେ ଶନିବାର ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଶିଶୁଦିବସ ପାଳନ କରାଯାଇଛି । କୋଭିଡ କଟକଣା ଯୋଗୁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ କେତେକ ବିଦ୍ୟାଳୟରେ ଅଳ୍ପ କେତେକ ପିଲାଙ୍କୁ ନେଇ ଶିଶୁଦିବସ ପାଳନ କରାଯାଇଛି । ଗୋପନ୍ଧୁ ସ୍ମାରକୀ ସରକାରୀ ବିଦ୍ୟାଳୟ ତିରୁଣା, ନାଉଗାଁହାଟ ଉଚ୍ଚ ବିଦ୍ୟାଳୟ ସମେତ ଅନେକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀମାନେ ପଣ୍ଡିତ ଜବାହାରଲାଲା ନେହୁରୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସେହିପରି ତିହୁଡାସ୍ଥିତ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରରେ ଶିଶୁ ଦିବସ ପାଳନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷା ମଣୀକଣ୍ଣୀକାଙ୍କ ତତ୍ୱାବଧାନରେ ତଥା ସଂପାଦକ ସୁକାନ୍ତ କୁମାର ଲେଙ୍କାଙ୍କ ପୌରହିତ୍ୟରେ ନେହୁରୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଉପସ୍ଥିତ ପିଲାମାନଙ୍କୁ ଅନ୍ତର୍ନିହିତ ଗୁଣରେ ବିକାଶ ପାଇଁ ଅନୁଷ୍ଟାନ ପକ୍ଷରୁ ଆହ୍ୱାନ ପ୍ରଦାନ କରାଯାଇଥିଲା ।