ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ମା ଶ୍ୟାମାକାଳୀ ପୂଜା ଅନୁଷ୍ଠିତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ରବିବାର ମା କାଳିପୂଜା ଅନୁଷ୍ଠିତ ହୋଇଯାଇଛି । ବ୍ଳକର ଘୋଡାଂଶ ପାଇକସାହି, ଗଙ୍ଗଦାହାଟ,ଗାରୋଇ ଗୋବର୍ଦ୍ଦନ ପୀଠ ସମେତ ସାରେଇକୂଳସ୍ଥିତ ମା ଶ୍ୟାମାକାଳି ମଣ୍ଡପରେ ମା କାଳିଙ୍କର ପୂଜାର୍ଚ୍ଚନା କରାଯାଉଛି । ସାରୋଇକୂଳସ୍ଥିତ ମା ଶ୍ୟାମାକାଳି ପୂଜା ୩୩ ବର୍ଷରେ ପଦାର୍ପଣ କରିଥିବା ବେଳେ ଯଥାରୀତି ପୂର୍ବକ ମା ଙ୍କର କଳସ ଶୋଭାଯାତ୍ରା କରାଯାଇ ପୂଜାର୍ଚ୍ଚନା କରାଯାଉଛି । ୩ ଦିନ ବ୍ୟାପି ଏହି ମଣ୍ଡପରେ ମା କୁ ପୂଜା କରାଯିବା ସହିତ ବୁଧବାର ମାଙ୍କର ଭଷାଣି ଯାତ୍ରା ଅନୁଷ୍ଠିତ ହେବ । ପ୍ରତ୍ୟେହ ସଂଧ୍ୟାରେ ପୂଜା ମଣ୍ଡପ ନିକଟରେ ମା ଶ୍ୟାମାକାଳି ନାଟ୍ୟ ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରାଯାଉଛି । ବିଭିନ୍ନ ସ୍ଥାନରେ ମାଙ୍କର ମୃଣ୍ମୟ ମୁର୍ତି ନିର୍ମାଣ କରାଯାଇ ପୂଜା ର୍ଚ୍ଚନା କରାଯାଉଥିବା ବେଳେ ମଣ୍ଡପ ଗୁଡିକୁ ବିଭିନ୍ନ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ମା ଙ୍କର ଏହି ପୂଜା ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ଙ୍କର ସମାଗମ ହେଉଛି ।