ନାଉଗାଁ ବ୍ଳକର ୭ଟି ପରୀକ୍ଷା କେନ୍ଦ୍ରରେ ୯୯୮ଜଣ ପରୀକ୍ଷାର୍ଥୀ ଦେଲେ ମାଟ୍ରିକ ପରୀକ୍ଷା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ସାରା ରାଜ୍ୟରେ ଶୁକ୍ରବାର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଏହି ପରିପ୍ରରେ ଜଗତସିଂହପୁର ନାଉଗାଁ ବ୍ଳକରେ ମୋଟ ୭ଟି ପରୀକ୍ଷା କେନ୍ଦ୍ରରେ ୯୯୮ଜଣ ପରୀକ୍ଷାର୍ଥୀ ପରିକ୍ଷା ଦେଇଥିବା ବେଳେ ୮ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାଯାଇଛି । ସେଥିମଧ୍ୟରୁ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୮୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ଜଣ ଅନୁପସ୍ଥିତ, ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ୮୨ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ଜଣ, ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟରେ ୧୯୨ ଜଣ ପରିକ୍ଷାର୍ଥୀ ମଧ୍ୟରୁ ୧ଜଣ, କଂଟୁଣିଆହାଟ ଉଚ୍ଚ ବିଦ୍ୟାଳୟ ୧୨୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ଜଣ, ରୋହିଆ ଉଚ୍ଚ ବିଦ୍ୟାଳୟରେ ୧୬୯ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୧ଜଣ ଅନୁପସ୍ଥିତ ଥିବା ବେଳେ ତିରୁଣାସ୍ଥିତ ଗୋପବନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୪୭ ଜଣ ଓ ଆର୍ତତ୍ରାଣ ବିଦ୍ୟାପୀଠ ଗଜରାଜପୁର ୧୧୫ଜଣ ପରିକ୍ଷାର୍ଥୀ ପରିକ୍ଷା ଦେଇଥିବା ଜଣାଯାଇଛି । ଏହି ସବୁ ପରୀକ୍ଷା କେନ୍ଦ୍ରରେ ଉକ୍ତ ବ୍ଳକର ୧୭ଟି ଉଚ୍ଚ ବିଦ୍ୟାଳୟ ସମେତ ବାଲିକୁଦା ବ୍ଳକର ୨ଟି ଓ ପୁରୀ ଜିଲାର ଗୋଟିଏ ବିଦ୍ୟାଳୟର ପରିକ୍ଷାର୍ଥୀ ପରିକ୍ଷା ଦେଇଛନ୍ତି । ବ୍ଲକର ନୋଡାଲ ସେଂଟର ଭାବେ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଚିହ୍ନଟ କରାଯାଇଥିବା ବେଳେ ଏଠାରେ ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖାଯାଇଛି । ଏହା ସେଂଟର ଦାୟିତ୍ୱରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷୀ ସେଠୀ ରହିଛନ୍ତି । ନେଡାଲ ସେଂଟରୁ ପଶ୍ନପତ୍ରକୁ ପରୀକ୍ଷା କେନ୍ଦ୍ରରେ ପହଂଚାଇବା ପାଇଁ ୨ଟି ପ୍ରଶ୍ନପତ୍ର ବିତରକ ଦଳ ଗଠନ କରାଯାଇଛୀ । ଏହି ଦଳରେ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା, ହିମାଂଶୁ କୁମାର ମହାନ୍ତି ଓ ଚିତରଂଜନ ମହାନ୍ତି ଓ ଆଦର୍ଶ ଦାସ ରହିଛନ୍ତି । ଚଳିତ ଦଶମ ପରୀକ୍ଷାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ତ୍ରିସ୍ତରୀୟ ସ୍କାର୍ଡ ଗଠନ କରାଯାଇଥିବା ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ