ନାଉଗାଁ ବ୍ଳକ କଂଗ୍ରେସ ତରଫରୁ ଖବରଦାତା ସମ୍ମିଳନୀ ଅନୁଷ୍ଠିତ

ନାଉଗାଁ : ନାଉଗାଁ ବ୍ଳକ କଂଗ୍ରେସ କାର୍ଯ୍ୟାଳୟରେ ଗୁରୁବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା । ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ନାରାୟଣ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ରୋହିଆ ସମିତି ସଭ୍ୟ ପଦ୍ମ ଚରଣ ରାଉତ,ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ସୁନିଲ ମାଟିଆ ଆଦି ଯୋଗ ଦେଇଥିଲେ । ଶାସକ ଦଳ ସରକାରୀ କଳକୁ ଅପବ୍ୟବହାର କରୁଥିବା ବିଶେଷ କରି ଉକ୍ତ ବ୍ଳକରେ କାର୍ଯ୍ୟରତ ସିଡିପିଓ ରାସେଶ୍ୱରୀ ମହାନ୍ତି ଓ ବ୍ଳକ ଶିକ୍ଷାଧିକାରି ଗଣେଶ୍ୱର ସେଠୀ ଶାସକ ଦଳର ଇଙ୍ଗିତରେ ଜନମତକୁ ପ୍ରଭାବିତ କରୁଥିବା କଂଗ୍ରେସ ତରଫରୁ ଅଭିଯୋଗ କରାଯାଇଛି । ଏପରିକି କେତେକ ସ୍ୱୟଂ ସହାୟୀକା ଗୋଷ୍ଠୀକୁ ଭୋଟ ପରେ ଲୋନ ପ୍ରଦାନ କରାଯିବ ବୋଲି ପ୍ରଭାବିତ କରାଯାଇଛି । ସେହିପରି ଗତ ବୁଧବାର ଏସଭିଏମ ମହାବିଦ୍ୟାଳୟ ପରିସରରୁ ରଂଜିତ ଦାସ ନାମରେ ଜଣେ ଯୁବକକୁ ବନ୍ଧୁକ ସହିତ ଗିରଫ କରାଯାଇଛି । ଏହି ଯୁବକ ଜଣଙ୍କ ନାଉଗାଁ ବ୍ଲକ ବିଜୁ ଜନତା ଦଳର କାର୍ଯ୍ୟକାରି ସଭାପତିଙ୍କ ପୁତ୍ର ଅଟନ୍ତି । ୨୯ ଅପ୍ରେଲରେ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ଦଳ ପରାଜୟ ବରଣ କରିବା ଜାଣିବା ପରେ ଜନମତକୁ ଭୟ ଭିତ କରି ପ୍ରଭାବିତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ତେଣୁ ସେହି ଯୁବକ ଜଣଙ୍କ ନିକଟରୁ କଣ ମିଳିଛି ଓ ତାର ଉଦ୍ଦେଶ୍ୟ କଣ ରହିଥିଲା ପୋଲିସ ପ୍ରଶସାନ ଉକ୍ତ ମାମଲା କୁ ହାଲକା ଭାବେ ଗ୍ରହଣ ନକରି ଏହାର ଖୁଲାସ କରିବା ଦରକାର । ଯଦି ଆଗାମୀ ଦିନରେ ଏଥିରେ କିଛି ଉଦ୍ଦେଶ୍ୟ ରଖି କାର୍ଯ୍ୟ କରାଯାଏ ତେବେ କଂଗ୍ରେସ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ଏ ବିଷୟରେ ସିଡିପିଓ ରାସେଶ୍ୱରୀ ମହାନ୍ତି ଙ୍କୁ ପଚାରିବାରୁ ମହିଳା ଗୋଷ୍ଠୀଙ୍କୁ କୈାଣସି ମିଟିଙ୍ଗ ପାଇଁ ଡକା ଯାଇ ନଥିବା ବେଳେ ଯେଉଁ ମାନେ ଅଭିଯୋଗ ଆଣିଛନ୍ତି ସଂପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ । ବ୍ଲକ ଶିକ୍ଷାଧିକାରୀ ଗଣେଶ୍ୱର ସେଠୀଙ୍କର କୌଣସି ମତାମତ ମିଳି ପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ