ନାଉଗାଁ ବ୍ଳକ କଂଗ୍ରେସ ସଭାପତି ବିଚିତ୍ରାନନ୍ଦ ଲେଙ୍କା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରାବର ବ୍ଲକ କଂଗ୍ରେସ ସଭାପତିଙ୍କ ନାମ ତାଲିକା ଘୋଷଣା ହୋଇଛି । ଏହି ତାଲିକାରେ ନାଉଗାଁ ବ୍ଳକ କଂଗ୍ରେସ ସଭାପତି ଭାବେ ବିଚିତ୍ରାନନ୍ଦ ଲେଙ୍କାଙ୍କ ନାମ ରହିଛି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ନାଉଗାଁ ବ୍ଲକରେ କଂଗ୍ରେସ ଦଳକୁ କିପରି ମଜଭୁତ କରାଯିବ ବୋଲି ଶ୍ରୀ ଲେଙ୍କା ସୂଚନା ଦେବା ସହିତ ତାଙ୍କୁ ଏହି ଦାୟିତ୍ୱରେ ରଖାଯାଇଥିବାରୁ ଓଡିଶା ପିସିସି ସଭାପତି ଶରତ ପଟ୍ଟନାୟକ, ଜିଲ୍ଲା ସଭାପତି ନଟବର ବାରିକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଥାଉକି ଶ୍ରୀ ଲେଙ୍କା ୧୯୯୭ ରୁ ୨୦୦୨ ମସିହା ପର୍ଯ୍ୟନ୍ତ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ରହିଥିଲେ । ପରେ କଂଗ୍ରେସ ଦଳରେ ଜିଲ୍ଲା ଉପସଭାପତି ପଦବୀରେ ରହିଥିଲେ ।