ନାଉଗାଁ ବ୍ଳକ ଶିକ୍ଷକ ସମ୍ମିଳନୀ
ନାଉଗାଁ,(ଯୁଗାବ୍ଦ ନୁ୍ୟଜ୍):ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁହାଟ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଗୋÂୀ ଶିକ୍ଷାଧିକାରୀ ତଥା ବିଆରସିସି ବାଇଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁÂିତ ହୋଇଯାଇଛି । ଏହି ସମ୍ମିଳନୀରେ ବ୍ଲକର ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକମାନେ ଯୋଗ ଦେଇଥିଲେ । ନୂତନ ଭାବେ ଯୋଗ ଦେଇଥିବା ଗୋÂୀ ଶିକ୍ଷାଧିକାରୀ ମାଗୁଣୀ ଚରଣ ମହାନ୍ତିଙ୍କୁ ଉପସ୍ଥିତ ପ୍ରଧାନ ଶିକ୍ଷକମାନେ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଇଓ ଶ୍ରୀ ମହାନ୍ତି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷାଦାନ, ମଧ୍ୟାହ୍ନ ଭୋଜନର ସୁପରିଚାଳନା ଓ ବିଦ୍ୟାଳୟରେ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷା, ସ୍ୱଚ୍ଛତା, ଗାରିମା ଆୱାର୍ଡ, ସୈନିକ ସ୍କୁଲ ପ୍ରବେଶ ପରୀକ୍ଷା, ନବୋଦୟ ପ୍ରବେଶ ପରୀକ୍ଷା, ସ୍କୁଲ ବ୍ୟାଗ ଓଜନ ହ୍ରାସ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ୟୁନିସେଫ ପ୍ରତିନିଧିଙ୍କ ଦ୍ୱାରା ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ବରିÂ ବୈଷୟିକ ପରାମର୍ଶଦାତା ଶୁଭେନ୍ଦୁ ବରାଳ, କନିÂ ପରାମର୍ଶଦାତା ପୁନମ ବିଶ୍ୱାଳଙ୍କ ସହିତ ସମସ୍ତ ସିଆରସିସିମାନେ ଉପସ୍ଥିତ ଥିଲେ ।


