ନାଉଗାଁ ବ୍ଳକ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ

ନାଉଗାଁ,(ଓ୍ବାଇଏନ୍ଏସ୍) :ଜଗତସିଂହପୁର ଜିଲା ଉତ୍କଳ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ନାଉଗାଁ ବ୍ଳକ ସାମ୍ବାଦିକ ସଂଘ ପକ୍ଷରୁ ସୋମବାର ବ୍ଳକଛକ ସ୍ଥିତ ଆଶ୍ରା ଜରାନିବାସରେ କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ସାମ୍ବାଦିକ ଦେବଜ୍ୟୋତି ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ ଦିବସରେ ଜରାଶ୍ରମରେ ରହୁଥିବା ଅନ୍ତେବାସୀ ମାନଙ୍କୁ ଖାଦ୍ୟ ପୁଡିଆ ସହିତ ଫଳ ବଂଟନ କରାଯାଇଥିଲା । ସବୁବେଳେ ନିର୍ଭୀକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ସହିତ ଦୁର୍ନିତି ବିରୁଦ୍ଧରେ ଲଢେଇ ଜାରି ରଖିବା ପାଇଁ ଉପସ୍ଥିତ ଖବରଦାତାମାନେ ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସୁଧା ବେହୁରା, ଅଭିମନ୍ୟୁ ସାହୁ, ମନୋଜ ନାୟକ, ପ୍ରଦୋଷ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ