ନାଉଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଆମରଣ ଅନଶନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନୋଟିସ ପ୍ରଦାନ

ନାଉଗାଁ : ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସଂଗ୍ରାମ କେଶରୀ ମହାନ୍ତିଙ୍କୁ ସପ୍ତାହକୁ ୩ ଦିନ ଅବସ୍ଥାପିତ କରିବା ପାଇଁ ନାଉଗାଁ ବ୍ଳକ ଜନସାଧାରଣଙ୍କ ତରଫରୁ ଅଶୋକ କୁମାର ମହାନ୍ତି,ସତ୍ୟ ସୁନ୍ଦର ଦାସ,ବିଜୟ ମହାନ୍ତି,ପାର୍ବତି ନାୟକ,ଅଶୋକ ସ୍ୱାଇଁ,କମଳ ଲୋଚନ ମହାନ୍ତି,ବାବାଜୀ ମୁଦୁଲି,ଆଦର୍ଶ ଲେଙ୍କା,ପର୍ଶୂରାମ ସ୍ୱାଇଁ,ଅନାଦି ଲେଙ୍କା,କୈଳାସ ଚନ୍ଦ୍ର ସ୍ୱାଇଁ,ଗଣେଶ ନାୟକ,ବ୍ରହ୍ମାନନ୍ଦ ଲେଙ୍କା,ଅତିନ୍ଦ୍ର ପରିଡା ଙ୍କ ସ୍ୱାକ୍ଷରରେ ଏକ ନୋଟିସ ଜିଲ୍ଲାପାଳ ପୁନମ ଗୁହା ତାପସ କୁମାର,ଏସପି ସୁଧା ସିଂ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ,ନାଉଗାଁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀ ସୁନନ୍ଦନ ମହାନ୍ତିଙ୍କୁ ଡାକ ଯୋଗ ପଠାଯାଇଛି ।ଦୀର୍ଘ ଦିନ ହେବ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା ବେଳେ ଅଲଣାହାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡାକ୍ତର ସଂଗ୍ରାମ କେଶରୀ ମହାନ୍ତିଙ୍କୁ ଅଣା ଯାଇ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାପିତ କରାଯାଇଥିଲା । ନାଉଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମହାନ୍ତି ଯୋଗା ଦେବା ପରେ ବ୍ଳକର ୧୬ଟି ପଂଚାୟତର ୧ଲକ୍ଷରୁ ଉର୍ଦ୍ଧ ଜନସାଧାରଣ ସ୍ୱାସ୍ଥ୍ୟ ସେବାରେ ଉପକୃତ ହୋଇ ପାରିଥିଲେ ।ବର୍ତମାନ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଡାକ୍ତର ନିଯୁକ୍ତି ପାଇଥିବା ବେଳେ ଜନସାଧାରଣଙ୍କ ଭରସା ସେମାନଙ୍କ ଉପରେ ପାଉ ନଥିବା ବେଳେ ସ୍ୱାସ୍ଥ୍ୟ ସେବା ପାଇଁ ଦୁର ଦୁରାନ୍ତ ପଂଚାୟତର ଲୋକମାନେ ଅଲଣାହାଟ ଯିବା ପାଇଁ ବାଧ୍ୟ ହେଉଛନ୍ତି । ତେଣୁ ଡାକ୍ତର ମହାନ୍ତିଙ୍କୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସପ୍ତାହରେ ୩ ଦିନ ଅବସ୍ଥାପିତ କରିବାପାଇଁ ଜିଲାପାଳଙ୍କ ଜନଶୁଣାଣି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବାରମ୍ବାର ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ଏହି ନୋଟିସ ପ୍ରଦାନ କରାଯାଇଛି ।ଏହି ନୋଟିସରେ ଆସନ୍ତା ୦୩.୦୪.୨୦୧୯ରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମରଣ ଅନଶନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ