ନାକଚଣା ଦ୍ୱାରରେ ତିନି ରଥ ,ସଂନ୍ଧ୍ୟା ଦର୍ଶନ ପାଇଁ ଭକ୍ତଙ୍କ ଅପେକ୍ଷା

ପୁରୀ, (ଯୁଗାବ୍ଦ ନ୍ୟୁଜ) ପାରମ୍ପରିକ ବିଧି ବିଧାନ ଅନୁଯାଇ ଗତକାଲି ଗୁଣ୍ଡିଚା ମନ୍ଦିର ସାମ୍ନାରେ ଥିବା ତିନିରଥ ଦକ୍ଷିଣ ମୋଡ ନୀତି ଅନୁଷ୍ଠିତ ହୋଇଯାଇଛି । ଆଡପମଣ୍ଡପରେ ବିଜେ କରିଥିବା ତିନି ଠାକୁରଙ୍କଠାରୁ ଆଜ୍ଞାମାଳ ଆସିବାପରେ ରଥରେ ଲଗାଇ ପୁଜାର୍ଚ୍ଚନା କରାଯାଇଥିଲା । ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଓ ପରେ ବଳଭଦ୍ରଙ୍କ ରଥ ଦକ୍ଷିଣ ମୋଡ କରାଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ନାକଚଣା ଦ୍ୱାରରେ ଛିଡା ହୋଇଥିଲେ ମଧ୍ୟ ସଂଧ୍ୟା ହୋଇଯିବାରୁ ଜଗନ୍ନାଥଙ୍କ ରଥ ଦକ୍ଷିଣ ମୋଡ ହୋଇପାରିନଥିଲା ଆଜି ଜଗନ୍ନାଥ ରଥ ଦକ୍ଷିଣମୋଡ କରାଯିବ । ଆସନ୍ତକାଲି ବିଗ୍ରହଙ୍କ ସଂଦ୍ଧ୍ୟା ନୀତି ଅନୁଷ୍ଠିତ ହେବାସହ ଆସନ୍ତା ୧୨ରେ ହରିଶଙ୍କର ଏକାଦଶୀରେ ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ଶୁକ୍ରବାର ଦ୍ୱାଦଶୀ ତିଥିରେ ରଥ ଉପରେ ବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ