ନାକ୍ ଟିମର ପୋଲସରା ମହାବିଦ୍ୟାଳୟଙ୍କୁ “ବି” ଗ୍ରେଡ ମାନ୍ୟତା ପ୍ରଦାନ

ପୋଲସରା, (ଅନିଲ କୁମାର ମହାରଣା):ନାକ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟକୁ “ବି” ଗ୍ରେଡ ମାନ୍ୟତା ପ୍ରଦାନ କରାଯାଇଥିବା ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଦିବାକର ମିଶ୍ର ପ୍ରକାଶ କରିଛନ୍ତି। ଉଚ୍ଚ ଶିକ୍ଷା ପାଇଁ ଗଠନ ହୋଇଥିବା ଜାତୀୟ ମୂଲ୍ୟ ନିର୍ଦ୍ଧାରଣ ଓ ସ୍ୱୀକୃତି ପ୍ରଦାନ ପରିଷଦ ( NAAC) ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟକୁ ଗତ ଫେବୃଆରୀ ୧୦ ଓ ୧୧ ଦୁଇ ଦିନ ପାଇଁ ପରିଦର୍ଶନରେ ଆସିଥିଲେ। ଟିମରେ ପରିଷଦର ଅଧ୍ୟକ୍ଷ ତଥା ମଧ୍ୟପ୍ରଦେଶ ରେୱା ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ଆର.ଏମ.ମିଶ୍ର, ସଂଯୋଜକ ତଥା ମାଙ୍ଗାଲୋର ବିଶ୍ୱବିଦ୍ୟାଳୟର ପ୍ରଫେସର ଜୟରାଜ ଅମିନ, ଓ ପରିଷଦର ସଦସ୍ୟ ତଥା ଔରଙ୍ଗାବାଦର ଅଧ୍ୟକ୍ଷ ଡ଼ଃ ସୋହେଲ ଅହମ୍ମଦ ଖାନ ତିନି ଜଣ ଆସି ପୋଲସରା ମହାବିଦ୍ୟାଳୟର ଭିତ୍ତିଭୂମି ଓ ପରୀକ୍ଷାଫଳ ଏବଂ ଅନ୍ୟାନ୍ୟ ବିଷୟ ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କଟିଥିଲେ। ଏଥିସହ କଲେଜର ପ୍ରିନ୍ସପାଲ, ପ୍ରତ୍ୟେକ ବିଭାଗର ମୁଖ୍ୟ ଅଧ୍ୟାପକ, ଓ ଆଇକିଉଏସି ସଂଯୋଜକ ପ୍ରଭୃତିଙ୍କ ସହ ଆଲୋଚନା କରିଥିଲେ। ଏହା ବ୍ୟତୀତ କଲେଜର ଛାତ୍ରଛାତ୍ରୀ, ଅଭିଭାବକ, ପୂର୍ବତନ ଛାତ୍ରଛାତ୍ରୀ, ପରିଚାଳନା ପରିଷଦ, ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ପ୍ରଭୃତିଙ୍କ ସହ ଆଗାମୀ ଦିନରେ କଲେଜର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ। ପୋଲସରା ବିଜ୍ଞାନ ମହାବିଦ୍ୟାଳୟକୁ ନାକ ପକ୍ଷରୁ “ବି” ଗ୍ରେଡ ପାଇଥିବା ନେଇ ଫେବୃଆରୀ ୧୪ ତାରିଖ ଦିନ ଇମେଲ ଆସିବା ପରେ ଜନସାଧାରଣ ଆନନ୍ଦିତ ହେବା ସହ ସ୍ଥାନୀୟ ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା, ପରିଚାଳନା ପରିଷଦ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ