ନାକ ଟିମର ଗଂଜାମ ମହାବିଦ୍ୟାଳୟ ପରିଦର୍ଶନ ଶେଷ,ଉତ୍ତମ ମାନ୍ୟତା ପାଇଁ ଆଶାବାଦୀ

ଗଞ୍ଜାମ, (ବିନୋଦ ପଲାଇ):ଗଂଜାମ ମହାବିଦ୍ୟାଳୟ ପରିଦର୍ଶନ କରି ଫେରିଛନ୍ତି ବହୁ ପ୍ରତିକ୍ଷୀତ ତିନି ଜଣିଆ ନାକ ଟିମ୍ । ଗତ ଦୁଇ ଦିନ୧୮,୧୯ଧରି ମହାବିଦ୍ୟାଳୟ କ୍ୟାମ୍ପସର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷା ନିରୀକ୍ଷଣ କରିଛନ୍ତି l ଏହି ତିନି ଜଣିଆ ନାକଟିମର ଅଧକ୍ଷ ଦିଲ୍ଲୀ ଶ୍ରୀ ଲାଲ ବହାଦୁରଶାସ୍ତ୍ରୀ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ରମେଶ କୁମାର ପାଣ୍ଡେ, ସଦସ୍ୟ ରୂପେ ଆସାମ-ଗୋହାଟିଆଇଆଇଟିର ପ୍ରଫେସର ମିନାଲ୍ କାନ୍ତି ଦୁତ୍ତା ଏବଂ ସଦସ୍ୟ ଗୋଆ ରବି -ଏସ -ନାୟକ -କଳା ଓ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର୍ ବିକାଶ ପିଶୁର୍ଲ୍ଲେକର ରହିଛନ୍ତି l ପ୍ରଥମଦିବସରେ ମହାବିଦ୍ୟାଳୟ ର ବିଜ୍ଞାନ, ବାଣିଜ୍ୟ, କଳା ଷ୍ଟିମର ୧୨ଟି ବିଭାଗର ବିଭାଗୀୟ ମୁଖ୍ୟ ନିଜ ନିଜ ବିଭାଗର ପ୍ରଦର୍ଶନି ଓ କୃତିତ୍ୱ ଉପସ୍ଥାପନା କରିଥିଲେ l ଏବଂ ବିଭାଗର ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଶିକ୍ଷାର ଗୁଣବତା ଉପରେ ଆଲୋଚନା କରିଥିଲେ l ପରବର୍ତୀ ସମୟରେ ପ୍ରତ୍ୟକ ବିଭାଗର ଶ୍ରେଣୀ କକ୍ଷ, ଓ ବିଜ୍ଞାନଗାର, କମ୍ପୁଟର ଲେବ, ଗ୍ରନ୍ଥାଗାର, କ୍ରୀଡା ପ୍ରକୋଷ୍ଟ,ବାଳକ, ବାଳିକା ପ୍ରକ୍ଷାଳୟ, ଏନସିସି ୟୁନିଟ ଏନଏସଏସ ୟୁନିଟ, ୱାଇଆରସି ୟୁନିଟ, ଖେଳ ପଡିଆ, ବାଗିଚା, ସାଇକେଲ ଷ୍ଟାଣ୍ଟ, ଆଦି ପ୍ରତ୍ୟେକ ବିଭାଗ ନିରୀକ୍ଷଣକରି ସାକାରତ୍ମକ ମତାମତ ଦେଇଛନ୍ତି ପରେ ଟିମ ମହାବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ, ଅଧ୍ୟୟନରତ ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଏହା ସହ ମହାବିଦ୍ୟାଳୟର ଏକାଡେମିକ, ଆଡମିନିଷ୍ଟ୍ରେସନ, ଭିତ୍ତିଭୂମି ଯାଞ୍ଚ କରିବା ସହ ବିଭାଗଗୁଡ଼ିକରେ ପାଠପଢା କିଭଳି ହେଉଛି ତାହା ବୁଲି ଦେଖିଥିଲେ । ୨ୟ ଦିବସରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରିଙ୍କ ମିଳିତ ବୈଠକ ନେଇ ବ୍ୟାପକ ଆଲୋଚନା କରିଥିଲେ l ଏହି ଦୁଇଦିନ ମଧ୍ୟରେ ସମସ୍ତ ବିଭାଗ, ରାସ୍ତାଘାଟ, କ୍ରୀଡ଼ା ଭିତ୍ତିଭୂମି, ବିକାଶ କରାଯାଇଛି ତାହାର ସମ୍ପୂର୍ଣ ନିରୀକ୍ଷଣ କରି ଖୁସି ବ୍ୟକ୍ତ କରିଥିଲେ l ମୁଖ୍ୟ ଫାଟକଠାରୁ, ଉନ୍ନତିକରଣ ଝଲକ ମହାବିଦ୍ୟାଳୟର ଅନୁକୋଣରେ ବାରି ହୋଇପଡିଇଥିଲା l ଏନେଇ ଏକ ସ୍ବତନ୍ତ୍ର ବୈଠକରେ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ନାକଟିମ୍ କୁ ମହାବିଦ୍ୟାଳୟ ଅଧକ୍ଷ ସିମାଞ୍ଚଳ ଭୋଳ, ଆଇକ୍ୟୁଏସି ସଂଯୋଜକ ସ୍ମରଣୀକା ହୋତା, ନାକ ସଂଯୋଜକ ଅମର ପ୍ରସାଦ ବିଶୋଇ, ଓ ପୁରାତନ ଛାତ୍ର ସଙ୍ଘର ସଭାପତି ଅବସର ପ୍ରାପ୍ତ ମୁଖ୍ୟ ନିର୍ମାଣଯନ୍ତ୍ରୀ ତଥା ସମାଜସେଵୀ ଇଂ ବିନୋଦ କୁମାର ପାଢ଼ୀଙ୍କୁ ନେଇ ଗଠିତ କମିଟି ଏହାର ରୂପରେଖ ପ୍ରସ୍ତୁତି କରିଥିଲେ l ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରି ମାନେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ