ନାଗପୁର ର ସୁନାଝିଅ ସୁଗନ୍ଧା
ଦେଶର ନଂ୧ ମ୍ୟୁଜିକାଲ ରିଆଲିଟି ସୋ ସାରେଗାମାପା ଲିଟିଲ ଚ୍ୟମ୍ପସ ୨୦୧୯ ର ବିଜେତା ହୋଇଛନ୍ତି ୧୪ ବର୍ଷୀୟା ସୁଗନ୍ଧା । ସୁଗନ୍ଧାଙ୍କୁ ଶୋ’ରେ ସବୁବେଳେ ନିଜର ସୁମଧୂର କଣ୍ଠ ପାଇଁ ଅନେକ ପ୍ରଶଂସା ମିଳିଥିଲା ଏ ପରିକି ସୁଗନ୍ଧା ଙ୍କୁ ଫେମୋସ କଣ୍ଠ ଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସହ ତୁଳନା କରାଯାଇଛି । ନାଗପୁରରେ ଜନ୍ମିତ ସୁଗନ୍ଧା ୬ ବର୍ଷ ବୟସରୁ ସଂଙ୍ଗୀତ ଶିକ୍ଷା କରିଆସୁଛନ୍ତି। ସର୍ବପ୍ରଥମେ ସେ ତାଙ୍କ ମାଆଙ୍କଠୁ ସଙ୍ଗୀତ ଶିକ୍ଷା କରିଥିଲେ। ଏହା ପୂର୍ବରୁ ୨୦୧୩ରେ ସେ ସୋନି ଟିଭିରେ ପ୍ରସାରିତ ମ୍ୟୁଜିକାଲ୍ ରିଏଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍ ଜୁନିୟର୍’ରେ ଭାଗନେଇଥିଲେ ଓ ଫାଇନାଲ୍ ପର୍ୟ୍ୟନ୍ତ ମଧ୍ୟ ପହଞ୍ଚିଥିଲେ। ଶୋ’ର ବିଜେତା ୧୪ ବର୍ଷୀୟା ସୁଗନ୍ଧା ଦାତେ ହୋଇଥିବାବେଳେ ପ୍ରଥମ ରନର ଅପ୍ ପ୍ରୀତମ ଆଚାର୍ୟ୍ୟ ଓ ଦ୍ୱିତୀୟ ରନର୍ ଅପ୍ ମହମ୍ମଦ ଫୈଜ୍ ହୋଇଛନ୍ତି।