ନାଗରିକତା ଆଇନକୁ ବିରୋଧ କରି ପଦ୍ମଶ୍ରୀ ଫେରାଇବାକୁ କହିଲେ ଉର୍ଦ୍ଦୁ ଲେଖକ
ନୂଆଦିଲ୍ଲୀ: ଦେଶରେ ସିଏଏ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ହିଂସା ଜାରୀ ରହିଥିବା ବେଳେ ହିଂସା କାରଣରୁ ସେ ସରକାରଙ୍କ ତରଫରୁ ପଦ୍ମଭୁଷଣ ସମ୍ମାନରେ ସମ୍ମାନୀତ ହୋଇଥିବା ଉ୍ର୍ଦ୍ଦୁ ଲେଖକ ମୁଜତବା ହୁସେବ ସରକାରଙ୍କୁ ଫେରାଇ ଦେବା ନିମନ୍ତେ କହିଛନ୍ତି । ଏଥିସହ ସେ କହିଛନ୍ତି ଦେଶରେ କିଛି ଠିକ୍ ସୁଶାସନ ଚାଲିନାହିଁ । ରାତି ରାତି ଶପଥ ପାଠ କରାଯିବା ସହ ରାତିରେ ହିଁ ସରକାର ଗଠନ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଉର୍ଦ୍ଦୁ ଲେଖକ ହୁସେବଙ୍କ ବୟସ ୮୭ ବୟସରେ ପ୍ରଦାର୍ପଣ କରିଥିବା ବେଳେ ଦେଶର ଭବିଷ୍ୟତକୁ ନେଇ ସେ ବେଶ୍ ଚିନ୍ତିତ ବୋଲି ମତପ୍ରକାଶ କରିଛନ୍ତି । ହୁସେନ୍ ୨୦୦୭ ମସିହାରେ ସରକାରଙ୍କ ତରଫରୁ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।


