ନାଗରିକତା ଆଇନ ହିଂସା ; ୨୧ ଜିଲ୍ଲାରେ ଇଣ୍ଟରନେଟ୍ ଠପ୍ ,୪୦୦ ଗିରଫ
ଥମିବାର ନାଁ ଧରୁନାହିଁ ହିଂସା । ଦେଶରେ ନାଗରିକତା ଆଇନକୁ କାର୍ଯ୍ୟକାରିତା ନେଇ ଘୋଷଣା ହେବା ପରେ ଦେଶରେ ପୋଡା ଜଳା ସହ ବିକ୍ଷୋଭ ପ୍ରଦର୍ଶନ ଜାରୀ ରହିଛି । ବର୍ତ୍ତମାନ ସୁଦ୍ଦା ପୋଲିସ ଓ ଜନତା ମୁହାଁମୁର୍ହି ସଂଘର୍ଷରେ ୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥି ମଧ୍ୟରେ ଜଣେ ୮ ବର୍ଷର ନାବାଳକ ରହିଥିବା ଜଣାପଡିଛି ।ସେହିପରି ମେରଠରେ ୪ ଜଣ ବିଜନୈାର, କାନପୁର ରେ ୨ ଜଣ ଜନତାଙ୍କ ମୃତ୍ୟୁ ବାରଣାସୀରେ ଜଣେ ପ୍ରା୍ଣ ହରାଇଥ୍ôବା ଜଣାପଡିଛି । ଜରୁରୀ କାଳିନ ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ୪୦୦ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ୨୧ ଟି ଜିଲ୍ଲାରେ ଇଣ୍ଟରନେଟ୍ କୁ ସଂମ୍ପୂର୍ଣ୍ଣ ଠପ କରିଦିଆଯାଇଛି । ସେହିପରି ଲକ୍ଷେ୍ନୌରେ ୨୧୮ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ପଟେ ବିକ୍ଷୋଭ କାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ସ୍ଥିର ହୋଇଛି । ଏପରିକି ବିକ୍ଷୋଭ ସମୟରେ ରାସ୍ତା ଜାମ କରୁଥିବା ଲୋକ ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ପ୍ରତାପଗଡରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗରେ ପୋଲିସ ୫୬ ଜଣଙ୍କୁୂ ଗିରଫ କରିଛି । ସେହିପରି ଗାଜିଆବାଦରେ ୩୬୦୦ ଲୋକ ମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୪ଶହ ନାମଜାଦ ଲୋକ ରହିଥିବା ଜଣାପଡିଛି ।


