ନାଗରିକତା ସଂଶୋଧନ ଆଇନକୁ ଯାଜପୁରରେ ବିରୋଧ

ଯାଜପୁର:ନାଗରିକତା ସଂଶୋଧନ ଆଇନ ଏବଂ ଏନ ଆର ସି କୁ ବିରୋଧ କରି ଯାଜପୁର ଜିଲା ବିଂଝାରପୁରେ ଜୋରଦାର ବିରୋଧ । ସ୍ଥାନୀୟ ସଂଖ୍ୟାଲଘୁ ଗୋଷ୍ଠୀଙ୍କ ପକ୍ଷରୁ ଆୟୋଜିତ ଏହି ବିରୋଧ କ।ର୍ଯ୍ୟକ୍ରମରେ ବିଜେଡି,କଂଗ୍ରେସ,ସିପିଆଇ,ଏସୟୁସିଆଇ ଓ ଅନ୍ୟାନ୍ୟ ରାଜନୈତିକ ଦଳ ସାମିଲ ହୋଇଥିଲେ । କେନ୍ଦ୍ରସରକାର ଯେଉଁଭଳି ଭାବେ ଧର୍ମ ଆଧାରରେ ସାରା ଦେଶରେ ଏହି ଆଇନ ଆଣିବାକୁ ଚେଷ୍ଟା କରୁଛନ୍ତି ତାହା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିବ । ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ଏହି ଆଇନ କୁ କ।ର୍ଯ୍ୟକାରୀ କରିବାକୁ ବିଜେପି ଚାହୁଁଥିବା ଅଭିଯୋଗ କରିଥିଲେ । ଦେଶର ଅଖଣ୍ଡତା ଓ ଧର୍ମନିରପେକ୍ଷତା କୁ ଖଣ୍ଡଖଣ୍ଡ କରି ଭୋଟ ବ୍ୟାଙ୍କ ବୃଦ୍ଧି ଲକ୍ଷ୍ୟରେ ଏପରି ଆଇନକୁ ଲାଗୁ କରିବାକୁ ବିଜେପି ସରକାର ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ସଂଖ୍ୟା ଲଘୁ ସଂପ୍ରଦାୟର ନେତା କାଦିର ଖାନ ଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ଶୋଭାଯାତ୍ରା ସମଗ୍ର ବିଂଝାରପୁର ଅଂଚଳ ପରିକ୍ରମା କରିଥିଲା । ଏଥିରେ କଂଗ୍ରେସ ନେତା ଗଣେଶ୍ୱର ବେହେରା,ଅଞ୍ଚଳ ଦାସ, ସୁଦର୍ଶନ ମିଶ୍ର,ସିପିଆଇ ନେତା ସତୀଶ ମିଶ୍ର,ବିଂଝାରପୁର ବ୍ଳକ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ,କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ କେନ୍ଦ୍ର୍ରସରକାରଙ୍କ ଏଭଳି ଜନବିରୋଧୀ ଆଇନକୁ କଡା ଭାଷାରେ ନିନ୍ଦା କରିଥିଲେ । ଏହି ଆଇନକୁ ପ୍ରତ୍ୟାହୃତ ନ କରିବା ପର‌୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନି ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ