ନାଗରିକତା ସଂଶୋଧନ ଆଇନ୍ ବିରୁଦ୍ଧରେ ପ୍ରତିବାଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଛାତ୍ରୀ ଓ ମହିଳାମାନଙ୍କ ଉପରେ ବଢି ଚାଲିଥିବା ଅପରାଧ, ଛାତ୍ର ଓ ଗଣଆନ୍ଦୋଳନ ଉପରେ ପୋଲିସ୍‌ର ବର୍ବରତା ତଥା ଜନସ୍ୱାର୍ଥ ବିରୋଧୀ ନାଗରିକତା ସଂଶୋଧନ ଆଇନ୍ ୨୦୧୯ ଓ ଏନ୍‌.ଆର.ସି. ବିରୁଦ୍ଧରେ ଅଲ୍ ଇଣ୍ଡିଆ ଡ଼େମୋକ୍ରାଟିକ ଷ୍ଟୁଡ଼େଣ୍ଟସ୍ ଅର୍ଗାନାଇଜେସନ, ଅଲ୍ ଇଣ୍ଡିଆ ଡ଼େମୋକ୍ରାଟିକ ୟୁଥ ଅର୍ଗାନାଇଜେସନ ଏବଂ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକରୁ ରାଜମହଲ ରାସ୍ତାରେ ମାନବ ଶୃଙ୍ଖଳ ଗଠନ କରାଯାଇ ପ୍ରତିବାଦ କରାଯାଇଛି । ସୂଚନାଯୋଗ୍ୟ ଯେ ଦେଶରେ ମଦ, ଅଶ୍ଲୀଳତା, ଅଶ୍ଲୀଳ ଚଳଚ୍ଚିତ୍ର ଆଦି ପ୍ରଚାର ଓ ପ୍ରସାର ଫଳରେ ଛାତ୍ରୀ ଓ ମହିଳାମାନଙ୍କ ଉପରେ ଅପରାଧ ବଢିଚାଲିଛି । ଅନ୍ୟ ପକ୍ଷରେ ଦରବୃଦ୍ଧି, ବେକାରୀ ଓ ଛଟେଇ ବଢି ଚାଲିଥିବା ବେଳେ ସରକାରୀ ଶିଳ୍ପସଂସ୍ଥାମାନଙ୍କର ଘରୋଇକରଣ ପାଇଁ ସମସ୍ତ ଷଡ଼ଯନ୍ତ୍ର କରାଯାଉଛି । ଏସବୁ ସମସ୍ୟାରୁ ଜନସାଧାରଙ୍କ ଦୃଷ୍ଟି ହଟାଇବା, ବଢୁଥିବା ଜନ ଅସନ୍ତୋଷକୁ ସ୍ତିିମିତ କରିବା ତଥା ଜନସାଧାରରଙ୍କୁ ଭାଗ ଭାଗ କରି ନିଜ ଭୋଟବ୍ୟାଙ୍କକୁ ସୁରକ୍ଷିତ କରିବା ପାଇଁ ବିଭାଜନକାରୀ ନାଗରିକ ସଂଶୋଧନ ଆଇନ୍ ଓ ଏନ୍‌.ଆର.ସି. କେନ୍ଦ୍ର ବିଜେପି ସରକର ବିଜେଡ଼ି ଭଳି ଅନ୍ୟ ଦଳର ସମର୍ଥନରେ ପ୍ରଚଳନ କରିବାକୁ ଯାଉଛି । ଏହା ବିରୁଦ୍ଧରେ ଦେଶବ୍ୟାପୀ ଗଢି ଉଠିଥିବା ଛାତ୍ର ଓ ଜନଆନ୍ଦୋଳନକୁ ପୋଲିସ୍‌ର ଗୁଳିରେ ଦବାଇବାକୁ ଚେଷ୍ଟା କରୁଛି । ଦେଶର ଜନଗଣଙ୍କ ମତକୁ ସମ୍ମାନ ଦେଇ ନାଗରିକତା ସଂଶୋଧନ ଆଇନ୍ ଓ ଏନ୍‌.ଆର.ସି. ତୁରନ୍ତ ବାତିଲ୍ କରିବାକୁ ଆଜିର ପ୍ରତିବାଦରେ ଦାବି କରାଯାଇଛି ଏବଂ ଏହା ବିରୁଦ୍ଧରେ ଐକ୍ୟବଦ୍ଧ ଆନ୍ଦୋଳନ ଗଢିତୋଳିବାକୁ ଜନଗଣଙ୍କୁ ଆହ୍ୱାନ କରାଯାଇଛି । ଆଜିର ପ୍ରତିବାଦ ମାନବଶୃଙ୍ଖଳକୁ ଏ.ଆଇ.ଏମ୍‌.ଏସ୍‌. ଓଡ଼ିଶା ରାଜ୍ୟ କମିଟି, ସଭାନେତ୍ରୀ ବୀଣାପାଣି ଦାସ, ଉପସଭାପତି ଛବି ମହାନ୍ତି, ସମ୍ପାଦିକା ସ୍ୱୟଂପ୍ରଭା ନାୟକ, ଏ.ଆଇ.ଡ଼ି.ୱାଇ.ଓ ରାଜ୍ୟ ସଭାପତି ବିଜୟ ମଲ୍ଲିକ, ସମ୍ପାଦକ କେଦାର ସାହୁ, ଏ.ଆଇ.ଡ଼ି.ଏସ୍‌.ଓ. ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ସମ୍ପାଦକ ସୁବାସ ନାୟକ, ସର୍ବଭାରତୀୟ ଉପସଭାପତି ଅଶୋକ ମିଶ୍ର ଓ ସାଧାରଣ ସମ୍ପାଦକ ସୌରଭ ଘୋଷ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ