ସିଏଏ ଉପରେ ମତ ରଖିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ବାଂଲାଦେଶ- ନାଗରିକତ୍ବ ସଂଶୋଧନ ଆଇନ ହେଉଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଏକ ସାକ୍ଷାତକାରରେ ବାଂଲାଦେଶ ପ୍ରଧାନ ମନ୍ତ୍ରୀ ଶେଖ ହସିନା କହିଛନ୍ତି । ଆମେ ଜାଣି ନାହୁଁ ଭାରତ ସରକାର କାହିଁକି ସିଏଏର ପ୍ରଣୟନ କରିଛନ୍ତି । ମାତ୍ର ଏପରି ଆଇନର କୌଣସି ଆବଶ୍ୟକତା ନାହିଁ । ଏହା ପୂର୍ବରୁ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ ମଧ୍ୟ ଅନୁରୂପ କଥା କହିଥିଲେ । ଅବଦୁଲ କହିଥିଲେ ଯେ ସିଏଏ ଓ ଏନଆରସି ଭାରତର ଆଭ୍ୟନ୍ତରୀଣ ବ୍ୟାପାର ମାତ୍ର ଏହାକୁ ନେଇ କୌଣସି ଅନିଶ୍ଚିତତା ଦେଖାଦେଲେ ପଡୋଶୀ ଦେଶ ଭାବେ ବାଂଲାଦେଶ ମଧ୍ୟ ପ୍ରଭାବିତ ହେବ । ସିଏଏ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାସି ଓ ଖ୍ରୀଷ୍ଟିଆନଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ